ଜିଲ୍ଲା ପରିକ୍ରମା

ଭଦ୍ରକର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ସମାପିତ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କ ର ବାହୁଡା ଯାତ୍ରା ଶେଷ ହୋଇଛି। କେଶପୁର, ଉତ୍ତରବାହୀନି, ବାଇପାସ, କୁଆଁସ, ସନ୍ଥିଆ, ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ପୀଠ, ଅପର୍ତ୍ତିବିନ୍ଧା, ବାଗୁରାଇ, ରାନ୍ଦିଆ, ଚରମ୍ପାର ବରାଳପୋଖରୀ ଓ ଡଗରାସାହି ଆଦି ସ୍ଥାନମାନଙ୍କରେ ବାହୁଡାଯାତ୍ରା ମହାଆଡମ୍ବରସହକାରେ ସମାପିତ ହୋଇଛି। ପୀଠ ପାର୍ଶ୍ୱ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ର ବାହୁଡାଯାତ୍ରା ଶେଷ ହୋଇଛି। ତିନି ଠାକୁରଙ୍କର ପହଣ୍ଡି ବିଜେ ପରେ ସେବାୟତମାନେ ଠାକୁରଙ୍କୁ ରଥାରୁଢ କରାଇଥିଲେ। ପରେ ରଥ ମାଉୀମାମା ମନ୍ଦିରରୁ ବାହାରି ମନ୍ଦିରରେ ପହଂଚିଥିଲା। ଭଦ୍ରକାଳୀପୀଠରେ ଭୂୟାଁ ରାଜାଙ୍କ ବଂଶଧର ରାଜା ପ୍ରଦୀପ ରାୟଙ୍କ ଦ୍ୱାରା ରଥର ଛେରା ପହଁରା କରାଯାଇଥିଲା ବରାଳପୋଖରୀ ଗୁଣ୍ଠୁଣିଆ ବଜାରସ୍ଥିତ ଦଧିବାମନ ମନ୍ଦିରରୁ ତିନି ଠାକୁରଙ୍କର ପହଣ୍ଡି ବିଜେ ପରେ ସେବାୟତମାନେ ଠାକୁରଙ୍କୁ ରଥାରୁଢ କରିଥିଲେ।ପ୍ରତିବର୍ଷପରି ଚଳିତ ବର୍ଷ ରବୀନ୍ଦ୍ର ମହାନ୍ତି ଛେରାପହଁରା କରିଥିବାବେଳେ ଡଗରାସାହି ଜଗନ୍ନାଥ ମନ୍ଦିରରୁ ଭକ୍ତମାନେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିବିଜେ କରାଇ ରଥାରୁଢ କରିଥିଲେ। ରାଜକିଶୋର ଅଗ୍ରୱାଲ ରଥର ଛେରାପହଂରା କରିବାପରେ ରଥଟଣା ଆରମ୍ଭ ହୋଇଥିଲା। ଉପସ୍ଥିତ ଭକ୍ତମାନେ ହରିବୋଲ ଓ କୀର୍ତ୍ତନ ସହ ରଥରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସମଗ୍ର ଅଂଚଳ ଶଂଖ ଓ ହରିବୋଲଧ୍ୱନିିରେ ମୁଖରିତ ହୋଇଥିଲା। କୁଆଁସ ବଡଦାଣ୍ଡ ରଥ ମାଉସୀମା ମନ୍ଦିର ପିଲାଗଣେଶ ଠାରୁ କୁଆଁସ ଗ୍ରାମ ପରିକ୍ରମା କରାଯାଇ ବଡଦାଣ୍ଡରେ ପହଂଚିଥିଲା। କୁଆଁସରେ ଦାସସାହି ରଥ, ମହାପାତ୍ରସାହି ରଥମାନ ମଧ୍ୟ ପାରମ୍ପାରିକ ରୀତିନୀତି ଅନୁସାରେ ମାଉସୀମା ମନ୍ଦିରରୁ ବାହାରି ମନ୍ଦିରରେ ପହଂଚିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top