ବସନ୍ତ ବିଶ୍ୱାଳଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ

କେନ୍ଦ୍ରାପଡା ୮/୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- କେନ୍ଦ୍ରାପଡା ଜିଲା ବସନ୍ତ ବିଶ୍ୱାଳସ୍ମୃତି କମିଟି ଆନୁକୁଲ୍ୟରେ ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ଶୁକ୍ରବାର ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ସଭାପତି ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟବକ୍ତାଭାବେ, ବରିଷ୍ଠ ଆଇନଜୀବି ଧରଣୀଧର ନାୟକ, ପୂର୍ବତନ ମୁଖ୍ୟଯନ୍ତ୍ରୀ ଇଂ ବୈଷ୍ଣବ ଚରଣ ନାୟକ, ନାରୀନେତ୍ରୀ ସସ୍ମିତା ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କର ସ୍ମୃତି ·ରଣ କରିଥିଲେ। ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ଉମାକାନ୍ତ ନାୟକ ସ୍ମୃତିସଭାକୁ ସଂଯୋଜନା କରିଥିଲେ। ସେଦିନ ସକାଳେ ଗୋବରୀ ନଦୀରେ ତିଳ ତର୍ପଣ କରାଯିବାପରେ ବାଇବାସ ରାସ୍ତା ପାଖରେଥିବା ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସ୍ମୃତି କମିଟି ସଦସ୍ୟ ମୁକ୍ତାର ଖାଁ, ଫକିର ଖଟୁଆ, ମହେନ୍ଦ୍ର ପରିଡା, ଶରତ ବେହୁରା, ଆକବର ଅଲ୍ଲୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *