ଜିଲ୍ଲା ପରିକ୍ରମା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଭଦ୍ରକରେ ସ୍ୱଛଭାରତ ଅଭିଯାନ ଓ ମନ୍ଦିରରେ ଦୀପପ୍ରଜ୍ଜଳନ

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭାରତର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ପକ୍ଷରୁ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଡା ପ୍ରଦୀପ ନାୟକଙ୍କ ନେତ୍ôତରେ ସ୍ୱଛଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା। ସହର ରାସ୍ତଘାଟ ପରିସ୍କାର କରାଯିବା ସହ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ମଙ୍ଗଳକାମନା କରି ଦୀପପ୍ରଜ୍ଜଳନ କରାଯାଇଥିଲା। ଏହି ପରିପେକ୍ଷୀରେ ଡା ନାୟକଙ୍କ ସମସ୍ତଙ୍କ ମନ ସ୍ୱଛହେବା ପାଇଁ ଏବଂ ମୋଦୀଙ୍କ ପରି ନିଃସ୍ୱାର୍ଥ ପର କାମ କରିବାକୁ କର୍ମୀମାନଙ୍କୁ ନିବେଦନ କରିଥିଲେ। ଆଜିର ଦିନରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କର ଦୀର୍ଘାୟୁ କାମନା କରି ସେପୁଣି ୨୦୧୯ ଆମ ସମସ୍ତଙ୍କର ପ୍ରଧାନମନ୍ତ୍ରୀ ରୁପେ ସାରା ଭାରତର ଦାୟିତ୍ୱ ନିଅନ୍ତୁ ଏବଂ ପ୍ରଭୁଜଗନ୍ନାଥ ତାଙ୍କୁ ଆର୍ଶୀବାଦ କରନ୍ତୁ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ବିଦ୍ୟାଧର ସାହୁ, ଅମ୍ବିକା ଦାସ, ତପନ ମହାନ୍ତି, ଶରତ ପଢିହାରୀ, କୁନା ମହାନ୍ତି, ଅଶୋକ କୁମାର ରାଉତ, ଅମରେଶ ନାୟକ, ନଗର ମଣ୍ଡଳ ସଭାପତି ରଞ୍ଜନ ସ୍ୱାଇଁ, ପ୍ରଭାକର ସାମଲ, ଚନ୍ଦ୍ରମୋହନ ମହାପାତ୍ର, ସୁଧିର ଦ୍ୱିବେଦୀ ଏବଂ ବହୁସଂଖ୍ୟାର କର୍ମୀମାନେ ଯୋଗଦେଇଥିଲେ। ସେହିପରି ଭଦ୍ରକ ନିର୍ବାଚନମଣ୍ଡଳୀର ଦେବରକୁଣ୍ଡର ମଣ୍ଡଳର ସଭାପତି ପ୍ରଭାକର ସାମଲ ନେତୃତ୍ୱରେ ଆମ୍ଭରୋଳି, ବନ୍ଧଗାଁ ଗ୍ରାମପଞ୍ଚାୟତରେ ସ୍ୱଛଭାରତ କାର୍ଯ୍ୟକ୍ରମ କରାଯାଇଅଛି। ଏହିୁ କାର୍ଯ୍ୟକ୍ରମରେ ଆମ୍ଭରୋଳିର ତ୍ରିଲୋଚନ ପଣ୍ଡା, ରମିତା ପାଢୀ, ରାମହରି ପଣ୍ଡା, ଜୟକୃର୍ଷ୍ଣ ରାଉତ, ମୀନକେତନ ଉପାଧାୟ ଏବଂ ବନ୍ଧଗାଁ ପଞ୍ଚାୟତର ଭରତ ମଲ୍ଲିକ୍, ଗଙ୍ଗାଧର ବେହେରା, ଜୟଦ୍ରଥ ସାହୁ, ଶରତ ମଲ୍ଲିକ, ପଙ୍କଜ ଓଝା, ନିଶିକାନ୍ତି ବେହେରା, ଏବଂଶତାଧିକ କର୍ମମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶେଷରେ ମନ୍ଦିରରେ ଦୀପ ଜଳାଯାଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top