ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଓ ଆମସ୍କୁଲ କାର୍ଯ୍ୟକ୍ରମ

ତିର୍ତ୍ତୋଲ- ତା ୧୮/୬(ଓଡ଼ିଆ ପୁଅ/ଟୁକନ ସେଠୀ)-କୁଜଙ୍ଗ ବ୍ଲକ ଅନ୍ତର୍ଗତ ଧୋଇଆ ଅଞ୍ଚଳର ହଂସୁରା ଠାରେ ଥିବା ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୯୮ ବ୍ୟାଚର ଛାତ୍ରଛାତ୍ରୀଙ୍କ ସପରିବାର ବନ୍ଧୁମିଳନ ଓ ଆମସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୯୯୮ ବ୍ୟାଚର ଛାତ୍ରୀମାନଙ୍କ ସ୍ୱାମୀ ଓ ପିଲାମାନେ ଯୋଗଦେଇ ସକ୍ରିୟ ଭାବେ ଏହି କାର୍ଯ୍ୟକ୍ରମକୁ ସରସସୁନ୍ଦର କରିଥିଲେ। ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାମଲ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ମନମୋହନ କାନୁନଗୋ, ତ୍ରିଲୋଚନ ଆଚାର୍ଯ୍ୟ, ଜିତେନ୍ଦ୍ର ନାଥ ମିଶ୍ର, ବାବାଜୀ ଚରଣ ମିଶ୍ର, ଭାସ୍କର ଦାସ, ସଚିଦାନନ୍ଦ ମହାପାତ୍ର, ପ୍ରମୋଦ କୁମାର ସାହୁ, ଶରତ ଚନ୍ଦ୍ର ବେଉରା ପ୍ରମୁଖ ଯୋଗ ଦେଇଥିଲେ। ପୁରାତନ ଛାତ୍ର ଦିଲିପ କୁମାର ବାରିକ, ବନ୍ଧନ ମହାପାତ୍ର, ବିକାଶ ପ୍ରଧାନ, ରଣଜିତ ସ୍ୱାଇଁ, ପ୍ରକାଶ ସ୍ୱାଇଁ, ଭଜହରି ରାଉତ, ରମେଶ ବାରିକ, ପ୍ରଦିପ୍ତ ବେହେରା, ସୁରେଶ ଚନ୍ଦ୍ର ବେହେରା, ପ୍ରଭାତ ଦାସ, ନିଳୋତ୍ରୀ ସାମନ୍ତରାଏ, ଶଶ୍ମିତା ମହାପାତ୍ର, ତପସ୍ୱିନୀ ଚୈାଧୁରୀ, ମାମିନା ସୂତାର, ରୀନା ସାମଲ, ସ୍ମିତାରେଖା ମହାନ୍ତି, ଚନ୍ଦନା ରଥ, କ୍ଷଣପ୍ରଭା ଦାସ, ରଂଜୁକ୍ତା ସାହୁ, ଲକ୍ଷ୍ମୀପ୍ରୀୟା ଶତପଥୀ, ଦେବଜାନୀ ମହାପାତ୍ର ପ୍ରମୁଖ ଛାତ୍ର ଛାତ୍ରୀ ସପରିବାର ଏହି ଉତ୍ସବରେ ଯୋଗଦେଇଥିଲେ। ପୁରାତନ ଛାତ୍ରୀ ଲିକାଞ୍ଜଳୀ ମହାପାତ୍ର ସ୍ୱଚରିତ ଜଗନ୍ନାଥଙ୍କ ଜଣାଣ ଗାନ କରି ସଭାକୁ ମନ୍ତ୍ରମୁଗ୍ଧ କରିଥିଲେ। ପୁରାତନ ଛାତ୍ର ସଂସଦର ଆବାହକ ଜୀବନଜ୍ୟୋତି ସାମନ୍ତରାୟ ମଚଂ ପରିଚାଳନା, ଆମସ୍କୁଲ କାର୍ଯ୍ୟକ୍ରମର ସଂଯୋଜନା କରବା ସହିତ ଛାତ୍ର ଜୀବନର ମଧୁର ସ୍ମୃତି ବଖାଣି ଥିଲେ। ୧୯୯୮ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରଯାଇଥିବା ବେଳେ ସୁରେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *