ପଟ୍ଟାଙ୍ଗୀ ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ ; ଦୁର୍ନିତି ଅଭିଯୋଗର ଭିଜିଲାନ୍ସ ତଦନ୍ତ ଦାବି କଲେ ଅଧ୍ୟକ୍ଷ

କୋରାପୁଟ ; ତା୧୧-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) ପଟ୍ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ସବାଗୃହଠାରେ ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ରଂଜିତ ପାଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଶୁଣାଣୀରେ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ଯୋଗଦେଇ ମନରେଗାରେ ହୋଇଥିବା ଦୁର୍ନିତି ଅଭିଯୋଗର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଥିଲେ।ମନରେଗା କାଯର୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ଠିକ ସମୟରେ ନ ମିଳିବା,  କ୍ୟାସରେକର୍ଡ ନ ଖୋଲି କାର୍ଯ୍ୟ ଆରମ୍ଭ କରିବା,  ହିତାଧିକାରୀମାନଙ୍କ ପ୍ରାପ୍ୟକୁ ଶ୍ରମିକନେତା ହଡପ କରିବା ବିଭିନ୍ନ ଅଭିଯୋଗ ଆସିଥିଲା।ସମସ୍ତ ଅଭିଯୋଗର ତଦନ୍ତ କରାଯିବ ବୋଲି ଏବିଡିଓ ପଦ୍ମନାଭ ତ୍ରୀପାଠି ପ୍ରକାଶ କରିଥିଲେ।ଏହି ବୈଠକରେ ଜିଲ୍ଲାପରିଷଦ ସଭ୍ୟ ଡୁମୁରୀ ଖିଲ,  ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ ମେହେର,  ଜିଲ୍ଲା ସାମାଜିକ ସମୀକ୍ଷକ ଅନିଲ କୁମାର ମହାରଣା ଉପସ୍ଥିତ ଥିଲେ।ଏପିଓ ସୈାମେନ୍ଦ୍ର ନାୟକ ଯୋଗଦେଇ ପରିଚାଳନା କରିଥିବା ବେଳେ ବ୍ଲକ ସାମାଜିକ ସମୀକ୍ଷକ ରଘୁରାମ ବାଙ୍କା ଯୋଗଦେଇ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *