Home କୋରାପୁଟ କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ ଭୋଟ ସଂଶୋଧନର ସମୀକ୍ଷା ଓ ପ୍ରାକ ନିର୍ବାଚନ ପ୍ରସ୍ତୁତି ବୈଠକ

କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ ଭୋଟ ସଂଶୋଧନର ସମୀକ୍ଷା ଓ ପ୍ରାକ ନିର୍ବାଚନ ପ୍ରସ୍ତୁତି ବୈଠକ

94

କୋରାପୁଟ ; ତା୧୨-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନା ସଭାଗୃହଠାରେ କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ ଭୋଟ ସଂଶୋଧନ ଓ ପ୍ରାକ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ଓ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରା ଭୋଟ ସଂଶୋଧନ କାର୍ଯ୍ୟକମ ସଂପର୍କରେ ଆଲୋକପାତ କରିଥିଲେ ।ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବା ବେଳେ ପ୍ରାକ ନିର୍ବାଚନୀ ପ୍ରସ୍ତୁତି ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା ।ବୁଥଗୁଡିକର ସ୍ଥିତି ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।ଯେଉଁ ବୁଥଗୁଡିକର ମରାମତି ଦରକାର ସେଗୁଡିକ ତୁରନ୍ତ ମରାମତି କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା ।ବୁଥରେ ପାନୀୟ ଜଳର ବ୍ୟବସ୍ଥା ଓ ବିଦ୍ୟୁତ କରଣ ଉପରେ ଆଲୋଚନା କରାଯାଇ ଏହା ଉପରେ ଗୁରୁତ୍ୱ ଦିଆଯାଇଥିଲା ।ଏହି ବୈଠକରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ର ଉପସ୍ଥିତ ରହିଥିବା ବେଳେ ଜିଲ୍ଲାର ସମସ୍ତ ବିଡିଓ , ତହସିଲଦାର , ପୈାର ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ନିର୍ବାଚନ ଭାରପ୍ରାପ୍ତ ଅଧିକାରୀ ପ୍ରଭାତି ମହାରଣା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.