ad
ଓଡ଼ିଶା

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓପନ ଏକ୍ରେଜ ଲାଇସେନ୍ସିଂ ପ୍ରୋଗ୍ରାମ ବିଡ ରାଉଣ୍ଡ- ୨ର କଲେ ଶୁଭାରମ୍ଭ

ନୂଆଦିଲ୍ଲୀ, ଭୁବନେଶ୍ୱର, ୦୭ ଜାନୁଆରୀ (ଓଡ଼ିଆ ପୁଅ) – କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଓପନ ଏକ୍ରେଜ ଲାଇସେନ୍ସିଂ ପ୍ରୋଗ୍ରାମ ବିଡ ରାଉଣ୍ଡ- ୨ର ଶୁଭାରମ୍ଭ କରିଛନ୍ତି। ଏହି ବିଡ ରାଉଣ୍ଡରେ ପାଖାପାଖି ୩୦ ହଜାର ବର୍ଗ କିମି କ୍ଷେତ୍ରର ୧୪ଟି ଇ ଏଣ୍ଡ ପି ବ୍ଲକକୁ ସାମିଲ କରା ଯାଇଛି।

ଏହି ଅବସରରେ ଉଦବୋଧନ ଦେଇ ଦେଶର ଶକ୍ତି ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି। ଦେଶର ଇନ୍ଧନ ଓ ପରିବହନ ଜନିତ ଇନ୍ଧନର ଆବଶ୍ୟକତା ପାଇଁ ବିଦେଶରୁ ଆମଦାନୀ ଉପରେ ନିର୍ଭର ହେବାକୁ ପଡୁଛି। ଇ ଏଣ୍ଡ ପି କ୍ଷେତ୍ର ଏକ ଆହ୍ୱାନ ହୋଇ ଆସିଛି। ସରକାର ଏହି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣି କିପରି ଅଧିକ ପୁଂଜିନିବେଶ ଓ ଘରୋଇ ଉତ୍ପାଦନ ଅଧିକ ହୋଇ ପାରିବ ସେ ଦିଗରେ ଧ୍ୟାନ ଦେଉଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ଓପନ ଏକ୍ରେଜ ଲାଇସେନ୍ସିଂ ପ୍ରୋଗ୍ରାମ ବିଡ ରାଉଣ୍ଡ- ୧ର ୬୦ ହଜାର ବର୍ଗ କିମି ପାଇଁ ବିଡ ଆହ୍ୱାନ କରା ଯାଇଥିବା ବେଳେ ବିଡ ରାଉଣ୍ଡ- ୨ରେ ଆଉ ୩୦ ହଜାର ବର୍ଗ କିମି କ୍ଷେତ୍ର ପାଇଁ ବିଡ ଆହ୍ୱାନ କରା ଯାଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ସରକାର ଅଧିକ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି। ଅଧିକ ଉତ୍ପାଦନ ପାଇଁ ସରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ସହ କଷ୍ଟକର କ୍ଷେତ୍ର ଗୁଡିକ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦିଆ ଯିବ। ଏ ସମ୍ପର୍କିତ ନୀତି ନିର୍ଧାରଣ ବେଳେ ସମସ୍ତ ଅଂଶଧାରକ ମାନଙ୍କ ସହ ଆଲୋଚନା କରା ଯାଇଥିବା ବେଳେ ଏଥିରେ ପାରଦର୍ଶିତା ଅଣା ଯାଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକୁ ସେମାନଙ୍କ ଉତ୍ପାଦନ ବଢାଇବା ପାଇଁ ପ୍ରୋତ୍ସାହିତ କରା ଯିବା ସହ ସେମାନଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top