Home ଅପରାଧ ଯାହାର ସାଧାରଣ ଜନତାଙ୍କ ପ୍ରତି ଟିକେ ସୌଜନ୍ୟତା ନାହିଁ ସେପରି ବିଡିଓଙ୍କର ଆମର ଆବଶ୍ୟକତା ନାହିଁ:...

ଯାହାର ସାଧାରଣ ଜନତାଙ୍କ ପ୍ରତି ଟିକେ ସୌଜନ୍ୟତା ନାହିଁ ସେପରି ବିଡିଓଙ୍କର ଆମର ଆବଶ୍ୟକତା ନାହିଁ: ବିଜେପି

45

ଭୁବନେଶ୍ୱର: ପୁରୀ ଜିଲ୍ଲା ଗୋପ ବିଡିଓ ଦୀପ୍ତିରାଣୀ ଦାସଙ୍କ ଭିଡିଓ ଭାଇରାଲ୍ ପରେ ଆକ୍ରାତ୍ମକ ହୋଇଛି ବିଜେପି। ବନ୍ତଳି ଗ୍ରାମ ସରପଞ୍ଚ କଲ୍ୟାଣି ଦାସଙ୍କ ସ୍ୱାମୀ ନିରଞ୍ଜନ ମିଶ୍ରଙ୍କୁ ଗୋପ ବିଡିଓ ଦୀପ୍ତିରାଣୀ ଦାସ ଅଫିସ୍ ଭିତରୁ ବାହାରି ଯିବାକୁ କହି ଗେଟ୍ ଆଉଟ୍, ମୁଭ୍ ଆଦି କହି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଏକ ଅପରାଧ ଏବଂ ଅଧିକାରୀ ଆଚରଣ ନିୟମର ଚରମ ଉଲ୍ଲଂଘନ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା। କିଏ ତାଙ୍କ ବଳ, କିଏ ତାଙ୍କ ପଛରେ ଅଛି ବୋଲି ପ୍ରଶ୍ନ କରିବା ସହ ଯାହାର ସାଧାରଣ ଜନତାଙ୍କ ପ୍ରତି ଟିକେ ସୌଜନ୍ୟତା ନାହିଁ ସେପରି ବିଡିଓ ଆମର ଆବଶ୍ୟକତା ନାହିଁ ବୋଲି କହି ୭୨ ଘଣ୍ଟା ଭିତରେ ରାଜ୍ୟ ସରକାର ବିଡିଓଙ୍କୁ ଅପସାରିତ ନକଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ପ୍ରଭାତୀ ପରିଡ଼ା। ବିଜେପି ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରୀ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ରବି ମଲ୍ଲିକ ଉପସ୍ଥିତ ଥିଲେ।
-@Dr

ବିଡିଓଙ୍କ ବିବାଦୀୟ ଭିଡିଓ: ଗୋପ ବିଡିଓଙ୍କୁ ନେଇ ବିଜେଡି-ବିଜେପି ପଲ୍ଟିକ୍ସ୍

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.