Home Top News ବିଡିଓଙ୍କ ବିବାଦୀୟ ଭିଡିଓ: ଗୋପ ବିଡିଓଙ୍କୁ ନେଇ ବିଜେଡି-ବିଜେପି ପଲ୍ଟିକ୍ସ୍

ବିଡିଓଙ୍କ ବିବାଦୀୟ ଭିଡିଓ: ଗୋପ ବିଡିଓଙ୍କୁ ନେଇ ବିଜେଡି-ବିଜେପି ପଲ୍ଟିକ୍ସ୍

47

ଭୁବନେଶ୍ୱର: ପୁରୀ ଜିଲ୍ଲା ଗୋପ ବିଡିଓ ଏବେ ବିବାଦ ଘେରରେ। ବିଡିଓ ଦୀପ୍ତିରାଣୀ ଦାସଙ୍କୁ ନେଇ ନିମାପଡ଼ା – ଗୋପରେ ଚାଲିଛି ଜବରଦସ୍ତ ପଲ୍ଟିକ୍ସ୍। ବିରୋଧୀ ବିଜେପି ବିଡିଓଙ୍କ ବଦଳି ଦାବୀରେ ଆନ୍ଦୋଳନ କରୁଥିବା ବେଳେ ଶାସକ ବିଜେଡି ବିଡିଓଙ୍କ ବଦଳି ପ୍ରତ୍ୟାହାର ଦାବୀରେ କରୁଛି ରାଲି। ସୂଚନାଯୋଗ୍ୟ ଯେ ଗୋପ ବ୍ଲକ ନିମାପଡ଼ା ସ୍ଥିତ ଆକ୍ସିସ୍‌ ବ୍ୟାଙ୍କ ବ୍ଲକ୍‌ ଆକାଉଣ୍ଟରୁ ଗୋଟିଏ ଦିନରେ ୧.୫ କୋଟି ଟଙ୍କା ଉଠାଇଥିବା ଅଭିଯୋଗ ହୋଇଥିଲା। ଅଡିଟ୍‌ ବେଳେ ଏହା ଧରାପଡ଼ିଥିବା କୁହାଯାଉଛି। ଉକ୍ତ ୧.୫ କୋଟି ଟଙ୍କାକୁ ୨୦୧୯ ମାର୍ଚ୍ଚ ୨୯ରେ ଗୋପ ବ୍ଲକ ଆକାଉଣ୍ଟ୍‌ ନମ୍ବର ୫୮୦୩୩୧ରୁ ଉଠାଯିବା ସହିତ ସ୍ଥାୟୀ ଜମା କରାଯାଇଥିବା ଏବଂ ପୁନର୍ବାର ୨୦୧୯ ମେ ଏକ ତାରିଖରେ ୫୨ ହଜାର ୫୮୭ ଟଙ୍କା ସୁଧ ସମେତ ଉଠାଯିବା ୧.୫ କୋଟି ଟଙ୍କାକୁ ପୁନର୍ବାର ବ୍ଲକ୍‌ ଆକାଉଣ୍ଟରେ ମଧ୍ୟ ଜମା କରାଯାଇ ଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଚାଲିଛି ବିବାଦ। ବିରୋଧୀ ବିଜେପି ବିଡିଓ ଦୀପ୍ତିରାଣୀ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ ବଦଳି ଦାବୀ କରୁଥିବା ବେଳେ ଏଣେ ବିଡିଓଙ୍କ ସପକ୍ଷରେ ବାହାରିଛି ଶାସକ ବିଜେଡି। ବିଡିଓ ଦୀପ୍ତିରାଣୀ ଦାସ ଯୋଗଦେବାର ଏକ ବର୍ଷ ପୂରି ନଥିବାବେଳେ ତାଙ୍କ ବଦଳିକୁ ବାତିଲ ଦାବିରେ ମହିଳା ମହାସଂଘ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନିକଟରେ ଅଭିଯୋଗ କରାଯାଇଛି। ବିଡିଓଙ୍କ ବଦଳିକୁ ବାତିଲ କରାନଗଲେ ହଜାର ହଜାର ମହିଳା ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି। ତେବେ ଏହା ପଛରେ ବିଜେଡି ରହିଥିବା ଏବଂ ପ୍ରଚ୍ଛଦ ପଟରେ ରହି ମନ୍ତ୍ରୀ ସମୀର ରଞ୍ଜନ ଦାସ ଏସବୁ କରାଉଥିବା କୁହାଯାଉଛି। ସେହିପରି ବିଡିଓଙ୍କ ବିରୋଧରେ ହେଉଥିବା ଆନ୍ଦୋଳନ ପଛରେ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ପ୍ରମୂଖ ଭୂମିକା ରହିଥିବା ଜଣାପଡ଼ିଛି। ବିଡିଓଙ୍କୁ ନେଇ ବିଜେପି – ବିଜେଡି ଲଢ଼େଇ ଚାଲିଥିବା ବିଡିଓଙ୍କ ଦୁଇଟି ଭାଇରାଲ୍ ଅଡିଓରୁ ସ୍ପଷ୍ଟ ହେଉଛି। ପୂର୍ବର ଦୁଇ ଅଡିଓ ଏବଂ ଏବେ ଆଉ ଏକ ଭାଇରାଲ୍ ଭଡିଓକୁ ନେଇ ବିଡିଓ ଦୀପ୍ତିରାଣୀ ଦାସ ଚର୍ଚ୍ଚାରେ ଅଛନ୍ତି।


ବିଡିଓ ଦୀପ୍ତିରାଣୀ ଦାସଙ୍କର ଦୁଇଟି ଅଡିଓ ଏବଂ ଗୋଟେ ଭିଡିଓ ଭାଇରାଲ୍ ହୋଇଛି। ଗୋଟିଏ ଅଡିଓରେ ବିଡିଓ ଦୀପ୍ତିରାଣୀ ଦାସ କ୍ୟାସିୟରଙ୍କର ସବୁ ଭୁଲ୍ ବୋଲି କହୁଥିବା ବେଳେ ବ୍ଲକ ରିପୋର୍ଟ କିପରି ମିଡିଆ ପାଖକୁ ଗଲା ବୋଲି ଜଣଙ୍କ ପ୍ରଶ୍ନର ଦେବାକୁ ଯାଇ ବିଡିଓ ଜଣଙ୍କ ନାମ ନେବା ସହ ଏହାକୁ ଦେଶଦ୍ରୋହୀ ପରି କାମ ବୋଲି କହୁଛନ୍ତି। ସେହିପରି ଆଉ ଏକ ଅଡିଓରେ, “ବିଡିଓକୁ ମାରିଦେଲ, ବିଜେଡି କରିଦେଲ। ଏଥର ପିଓର ବିଜେଡି ହୋଇ କାମ କରିବି। ଯଦି ପାରୁଛ ବିଡିଓକୁ ହଟାଅ। ମତେ ଯେତେ ଇନସଲ୍ଟ କରିଛନ୍ତି, ମୁଁ କଣ ଛାଡ଼ିଦେବି? ବ୍ଲକ ଆଡମିନିଷ୍ଟ୍ରେସନ ବିଡିଓ ହାତରେ, ମୋ ହାତରେ। ବିଡିଓର କେତେ ଫଲୋର୍ସ ଅଛନ୍ତି ଜାଣିଥିବେ। ଆଉ ସେଇଠୁ .. ? କାଲି ବିଜେଡି ରାଲି ବାହାରିବ। ଇଏ ୧୫ ଆଣିକି ଆସିଲେ ସିଏ ଦେଢ଼ଶହ ଆଣିକି ଆସିବେ। ଏ’ ଚାଲିଲା .. ମୁଁ ଥିଲା ଯାଏଁ। ମୁଁ ଆପଣ ମାନଙ୍କୁ ମନେ ରଖିବି, ଆଉ ଆପଣ ମତେ ମନେ ରଖିବେ। ଦେଖନ୍ତୁ କଣ କରିକି ଯାଉଛି ..। ସେହିପରି ଭାଇରାଲ୍ ହୋଇଥିବା ଭିଡିଓଟିରେ ବିଡିଓ ଅଫିସ୍ ଆସିଥିବା ନିରଞ୍ଜନ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ବିଡିଓ ଅଫିସ୍ ଭିତରୁ ବାହାରି ଯାଅ, ଗେଟ୍ ଆଉଟ୍.. ମୁଭ୍ ଆଦି ଧମକାଇବା ପରି କହିଛନ୍ତି। ଯାହାକୁ ନେଇ ବିବାଦ ଏବେ ତୀବ୍ର ହୋଇଛି। ବିଡିଓଙ୍କ ଏପରି ବ୍ୟବହାର ଏକ ଅପରାଧ ଏବଂ ଅଧିକାରୀ ଆଚରଣ ନିୟମର ଚରମ ଉଲ୍ଲଂଘନ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା। କିଏ ତାଙ୍କ ବଳ, କିଏ ତାଙ୍କ ପଛରେ ଅଛି ବୋଲି ପ୍ରଶ୍ନ କରିବା ସହ ଯାହାର ସାଧାରଣ ଜନତାଙ୍କ ପ୍ରତି ଟିକେ ସୌଜନ୍ୟତା ନାହିଁ ସେପରି ବିଡିଓ ଆମର ଆବଶ୍ୟକତା ନାହିଁ ବୋଲି କହି ୭୨ ଘଣ୍ଟା ଭିତରେ ରାଜ୍ୟ ସରକାର ବିଡିଓଙ୍କୁ ଅପସାରିତ ନକଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ବିଜେପି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.