Home Top News ଚାକିରୀ ତ’ ଗଲା; ମାନ ମହତ ସବୁ ବି ଗଲା ..

ଚାକିରୀ ତ’ ଗଲା; ମାନ ମହତ ସବୁ ବି ଗଲା ..

123

ନୂଆଦିଲ୍ଲୀ: ବାରମ୍ବାର ମିଛ ଖବର ପ୍ରକାଶ ଏବଂ ପ୍ରସାର କରିବା ଅଭିଯୋଗରେ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କର ଏକ ମାସର ଦରମା ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ ବନ୍ଦ କରାଯାଇଥିଲା ଏବଂ ଏହାସହ ତାଙ୍କୁ ୨ ସପ୍ତାହ ପାଇଁ ଟିଭିରେ ଉପସ୍ଥାପନା ନକରିବା ପାଇଁ ନୋଟିସ୍‌ ଦିଆଯାଇଥିଲା। ତେବେ ଏହାକୁ ସେ ଅପମାନ ବୋଲି ଭାବି ଚାକିରିରୁ ଇସ୍ତଫା ଦେଇଛନ୍ତି। ଜାନୁୟାରୀ ୨୬, ଦିଲ୍ଲୀରେ ହୋଇଥିବା ଚାଷୀ ଆନ୍ଦୋଳନରେ ମିଛ ଟ୍ୱିଟ କରିବା ପରେ ରାଜଦୀପ ସରଦେଶାଇ ତାହାକୁ ପରେ ହଟାଇ ଦେଇଥିଲେ। ତେବେ ପରେ ସେ ଲାଇଭ୍‌ ସୋରେ ସେହି ମିଛକୁ ପୁଣି ଦୋହାରାଇ ଥିଲେ। ଏପରି କରି ଇଣ୍ଡିଆ ଟୁଡେର ମିଡିଆ ପଲିସିକୁ ସେ ବାରମ୍ବାର ଉଲଘଂନ କରିଥିଲେ। ଏହାପରେ ତାଙ୍କର ଦରମା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ ଯେ ୨୬ ଜାନୁୟାରୀ କୃଷକ ଆନ୍ଦୋଳନ ସମୟରେ ପୋଲିସ୍ ଦ୍ୱାରା ଜଣେ ୪୫ ବର୍ଷିୟ ନଭନିତଙ୍କୁ ମୁଣ୍ଡରେ ଗୁଳି ମରାଯାଇଥିବା କଥା ରାଜଦୀପ ମିଛରେ ଅପପ୍ରଚାର କରିଥିଲେ। ମାତ୍ର ସିସିଟିଭି ଫୁଟେଜ୍‌ରୁ ତାଙ୍କର ଟ୍ରାକ୍ଟର ଓଲଟି ପଡ଼ି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା କଥା ସ୍ପଷ୍ଟ ଦେଖିବା ପାଇଁ ମିଳିଥିଲା ।

ମିଛ ଖବର ପ୍ରଚାର ପ୍ରସାର କରିବାରେ ରାଜଦୀପ ସରଦେଶାଇଙ୍କ ଅନେକ ରେକର୍ଡ ରହିଛି। ନିକଟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ୍‌ଙ୍କ ଏକ ତୈଳଚିତ୍ରକୁ ଫେକ୍ ଫଟୋ କହି ସେ ମିଛ ଟ୍ୱିଟ କରିଥିଲେ। ପରେ ଏହା ସୁବାଷ ବୋଷ୍‌ଙ୍କ ତୈଳ ଚିତ୍ର ବୋଲି ସ୍ପଷ୍ଟ ହୋଇଥିଲା। ସୁବାଷ ବୋଷ୍‌ଙ୍କ ନାତି ଏହି ଫଟୋକୁ ଦେଇଥିଲେ। ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଚାଲିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ପ୍ରାୟୋଜିତ ଇଣ୍ଟରଭ୍ୟୁ କରି ରାଜଦୀପ ତୀବ୍ର ସମାଲୋଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ରାଜଦୀପ ସରଦେଶାଇଙ୍କ ସହ ବର୍ଖା ଦତ୍ତ, ସାଗରିକା ଘୋଷ ଏବଂ ରୋହିଣୀ ସିଂ ଟ୍ୱଟିରରେ ବାରମ୍ବାର ମିଛି ଖବର ପ୍ରସାରଣ କରୁଥିବା ନେଇ ବିବାଦୀୟ ସାମ୍ବାଦିକର ପରିଚୟ ପାଇଛନ୍ତି।
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.