Home Top News ଅର୍ଥନୈତିକ ସର୍ଭେ ରିପୋର୍ଟ ଲୋକସଭାରେ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳୀ ସୀତାରମଣ

ଅର୍ଥନୈତିକ ସର୍ଭେ ରିପୋର୍ଟ ଲୋକସଭାରେ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳୀ ସୀତାରମଣ

62

ନୂଆଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ଆର୍ଥିକ ସର୍ଭେ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟ ଏପ୍ରିଲ ୧, ୨୦୨୧ ରୁ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ବଜେଟ ପୂର୍ବରୁ ଅର୍ଥନୀତିର ସ୍ଥିତି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଛି।

ଅର୍ଥନୈତିକ ସର୍ବେକ୍ଷଣ ୨୦୨୦-୨୧, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତ୍ତି ଭେଙ୍କଟ ସୁବ୍ରମଣ୍ୟନଙ୍କ ନେତୃତ୍ୱରେ ଏକ ଟିମ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି।
ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସ୍ଥିତି ତଥା ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଚେଷ୍ଟା କରାଯିବା ପାଇଁ ଏଥିରେ ଉଲ୍ଲେଖ କରାଯାଇଛି।

କରୋନାଭାଇରସ୍ ଲକଡାଉନ୍ ଫଳରେ ଦୁର୍ବଳ ହୋଇପଡ଼ିଥିବା ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ସଫଳ ଚେଷ୍ଟା କରିବା ସହ ଏହା ଦୃଢ଼ ହେବ ବୋଲି ଆଶା କରାଯାଉଛି।

ମୋଟ ଘରୋଇ ଉତ୍ପାଦ (ଜିଡିପି) ଏପ୍ରିଲ-ଜୁନ୍ ରେକର୍ଡ ୨୩.୯ ପ୍ରତିଶତ ନେଗେଟିଭ୍ ଥିବା ବେଳେ ଏବଂ ଦ୍ୱିତୀୟ ତ୍ରୟ ମାସରେ ୭.୫ ପ୍ରତିଶତ ନେଗେଟିଭ୍ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.