Home Top News “ମା’ ମାଟି ମାନୁଷ” କଥା କହି ନିର୍ବାଚନ ଜିତିବା ପରେ ଏହା କେଉଁ ଭଳି ମା’ଙ୍କୁ...

“ମା’ ମାଟି ମାନୁଷ” କଥା କହି ନିର୍ବାଚନ ଜିତିବା ପରେ ଏହା କେଉଁ ଭଳି ମା’ଙ୍କୁ ସମ୍ମାନ: ପ୍ରଭାତୀ ପରିଡ଼ା

13

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ଗତ କାଲିଠାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ହିଂସା ପ୍ରତିବାଦରେ ଆଜି ବିଜେପି ଓଡ଼ିଶା ସମେତ ଦେଶବ୍ୟାପୀ ପାଳନ କରୁଛି ଉପବାସ ପ୍ରତିବାଦ। ତେବେ ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା କହିଛନ୍ତି, “ପଶ୍ଚିମବଙ୍ଗରେ ଏଭଳି ବିଭତ୍ସ ଦୃଶ୍ୟଦେଖି ଆମମାନଙ୍କୁ ରାତି ସାରା ନିଦ ହେଉ ନାହିଁ। ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା +୨ ଛାତ୍ରୀ ସାସ୍ବତୀଙ୍କୁ ରାତିସାରା ଗଣଦୁଷ୍କର୍ମ କରି ଯେମିତି ବିଭତ୍ସ ଭାବରେ ହତ୍ୟା କରାଯାଇଛି, ମନେ ହେଉଛି ସତେ ଯେମିତି ବେଙ୍ଗଲ ଏବେ ପାକିସ୍ତାନ ସହ ମିଶିଯାଇଛି। ମମତା ବାନାର୍ଜୀଙ୍କୁ ନିଜକୁ ଲଜ୍ଜା ଲାଗିବା କଥା ଯେ “ମା ମାଟି ମାନୁଷ” କଥା କହି ନିର୍ବାଚନ ଜିତିବା ପରେ ଏହା କେଉଁ ଭଳି ମା’ ମାନଙ୍କୁ ସମ୍ମାନ? ଆଉ କ’ଣ କ’ଣ ଦେଖିବାକୁ ବାକି ରହିଲା ଆଗକୁ ଆଉ କ’ଣ ଘଟିବ କିଏ କହିବ? ଯଦି ଯେ କୌଣସି ଦଳ ଜିତିଲା ପରେ ପ୍ରତିହିଂସା ପରାୟଣ ହୁଏ ଭାରତର ପରିସ୍ଥିତି କ’ଣ ହେବ ଥରେ ଭାବି ଦେଖନ୍ତୁ! ଏହିପରି ଘଟଣାକୁ ମୁଁ କଡ଼ା ଭାଷାରେ ନିନ୍ଦା କରୁଛି। ଓଡ଼ିଶାରେ ଯେଉଁମାନେ ଗଣତନ୍ତ୍ର କଥା କହି ମମତା ବାନାର୍ଜୀଙ୍କୁ ବଧେଇ ଜଣାଉଥିଲେ ଏବେ ସମସ୍ତଙ୍କ ପାଟି ବନ୍ଦ କାହିଁକି?”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.