Home Top News ଆପାତ୍ତକାଳିନ ସ୍ଥିତି ଭଳି ବର୍ତ୍ତମାନର ପଶ୍ଚିମବଙ୍ଗର ସ୍ଥିତି ସୂଚୀତ କରୁଛି: ବବିତା ପାତ୍ର

ଆପାତ୍ତକାଳିନ ସ୍ଥିତି ଭଳି ବର୍ତ୍ତମାନର ପଶ୍ଚିମବଙ୍ଗର ସ୍ଥିତି ସୂଚୀତ କରୁଛି: ବବିତା ପାତ୍ର

235

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ଗତ କାଲିଠାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ହିଂସା ପ୍ରତିବାଦରେ ଆଜି ବିଜେପି ଓଡ଼ିଶା ସମେତ ଦେଶବ୍ୟାପୀ ପାଳନ କରୁଛି ଉପବାସ ପ୍ରତିବାଦ। ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର କହିଛନ୍ତି, “ପଶ୍ଚିମବଙ୍ଗରେ ଟିଏମସିର ବିଜୟ ପରେ ମଧ୍ୟ ମମତା ବାନାର୍ଜୀ ଯେଉଁଭଳି ବର୍ବୋରଚିତ ଭାବରେ ବିଜେପି ସମର୍ଥିତ ଜନତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ହତ୍ୟା, ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟାଇ ଚାଲିଛନ୍ତି ତାହା ନିଶ୍ଚିୟ ଭାବରେ ଅତି ନିନ୍ଦନୀୟ। କଂଗ୍ରେସ ନେତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ମସିହାରେ ଆପାତ୍ତକାଳିନ ଲାଗୁ କରି ବିରୋଧୀ ମାନଙ୍କ ଉପରେ ଯେପରି ଅତ୍ୟାଚାର କରିଥିଲେ ଏବଂ ତାହା ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ହୋଇ ରହିଯାଇଛି, ଠିକ୍ ସେଇଭଳି ବର୍ତ୍ତମାନର ପଶ୍ଚିମବଙ୍ଗର ସ୍ଥିତି ସୂଚୀତ କରୁଛି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଏପରି ବର୍ବରୋଚିତ ଆକ୍ରମଣ ବିରୋଧରେ ତଥା ଭାରତୀୟ ଗଣତନ୍ତ୍ରର ସୁରକ୍ଷା ଓ ଶାନ୍ତି ରକ୍ଷା ପାଇଁ ମୋ ବାସଭବନ ସମ୍ମୁଖରେ ଉପବାସ କରି ପ୍ରତିବାଦ କରିବା ସହ ଭଗବାନ ମମତା ବାନାର୍ଜୀଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.