Home Coronavirus Outbreak ପୁଣି ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ପୁଣି ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

347

ଭୁବନେଶ୍ବର ୭-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ ପ୍ରକାଶ ପାଇଛି। ଏହା ପୂର୍ବରୁ ଆଜି ସକାଳେ ମୟୂରଭଞ୍ଜରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ କରୋନା ଶୂନ୍ୟ ମୟୂରଭଞ୍ଜ ଜିଲ୍ଲା ଆଜି କରୋନା ସଂକ୍ରମିତ ଜିଲ୍ଲା ଭାବରେ ପରିଣତ ହୋଇଛି। ଏପାପରେ ମୟୁରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଜୋନ ଘୋଷଣା କରାଯାଇଛି। ଏ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କର ତଥ୍ୟ ସରକାର ପ୍ରକାଶ କରିନାହାଁନ୍ତି। ଆଜି ଗୋଟିଏ ଦିନରେ ରାଜ୍ୟରେ ମୋଟ୍ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ୧୪୨ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେୁଛନ୍ତି। କରୋନା ଜନିତ ମୃତ୍ୟସଂଖ୍ୟା ୨କୁ ବୃଦ୍ଧି ପାଇଛି।

ପୁନଶ୍ଟ ସୂଚନାଯୋଗ୍ୟଯେ, ବର୍ତ୍ତମାନ ରାଜ୍ୟର ୧୮ଟି ଜିଲା କରୋନା ସଂକ୍ରମିତ ହୋଇଛି।

ଯାଜପୁର ଜିଲାରେ ୫୫ ଜଣ, ଖୋର୍ଦ୍ଧା ଜିଲାରେ ୪୭ ଜଣ, ବାଲେଶ୍ୱର ଜିଲାରେ ୨୫ ଜଣ, ଭଦ୍ରକ ରେ ୨୧ ଜଣ ଗଞ୍ଜାମ ଜିଲାରେ ୨୧ ଜଣ, ସୁନ୍ଦରଗଡ଼ ଜିଲାରେ ୧୨ ଜଣ, କେନ୍ଦ୍ରାପଡ଼ା ୩ ଜଣ ମୟୁରଭଂଜ ଜିଲାରେ ୪ ଜଣ, କଳାହାଣ୍ଡି ୨ଜଣ, ବଲାଙ୍ଗୀର ୨ଜଣ, ଝାରସୁଗୁଡ଼ା ୨ଜଣ, କେନ୍ଦୁଝର ୨ଜଣ, କଟକ ଜିଲାରେ ୨ ଜଣ, ଢେଙ୍କାନାଳ ୧, ପୁରୀ, ୧ କୋରାପୁଟ ୧ ଏବଂ ଦେବଗଡ଼ ଜିଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୧୪୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଓ ସମସ୍ତେ କ୍ବାରେଣ୍ଟାଇନରେ ଥିଲେ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୨ ଜଣ ସୁସ୍ଥ ହୋଇଛନ୍ତି। ୧୪୨ ଜଣ ସକ୍ରିୟ ରୋାଗୀ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.