Home Top News ଓଡ଼ିଆ ଲୋକଙ୍କୁ ପ୍ରତାରିତ କରିବାରେ ନବୀନ ବାବୁ ସମସ୍ତ ସରକାରର ରେକର୍ଡ ଭଙ୍ଗ କରିଛନ୍ତି: ବିଷ୍ଣୁ...

ଓଡ଼ିଆ ଲୋକଙ୍କୁ ପ୍ରତାରିତ କରିବାରେ ନବୀନ ବାବୁ ସମସ୍ତ ସରକାରର ରେକର୍ଡ ଭଙ୍ଗ କରିଛନ୍ତି: ବିଷ୍ଣୁ ସେଠୀ

57

ଭୁବନେଶ୍ୱର: ରାଜ୍ୟରେ ସାମୁଦ୍ରିକ ସମ୍ପଦ, ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ, ମାନବ ସମ୍ବଳ ଆଦିର ଅପୂର୍ବ ସମ୍ଭାବନା ଥାଇ ମଧ୍ୟ ଓଡ଼ିଶା ଆଜି ପଛରେ ପଡ଼ିଛି ବୋଲି ରାଜ୍ୟ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଅଭିଯୋଗ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଷ୍ଣୁ ସେଠୀ କହିଛନ୍ତି, କୃଷକଙ୍କ ଆର୍ଥିକ ସ୍ତରରେ ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାକୁ ଲାଗୁ କରଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ଚାଷୀଙ୍କୁ ଦିତୀୟ କିସ୍ତିର ଅର୍ଥ ଏ’ପର୍ଯ୍ୟନ୍ତ ମିଳିଲା ନାହିଁ। କେବଳ ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା ଲାଗୁ ହୋଇଥିଲା। ନିର୍ବାଚନ ପରେ ରାଜ୍ୟ ସରକାର ସବୁ ପ୍ରତିଶୃତି ଏବଂ ଯୋଜନାକୁ ଭୁଲି ଯାଆନ୍ତି। ଆଗାମୀ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଦେବା ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ, ଏଠି ବିଜେଡି ସରକାର ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି କରି ଚାଲିଛି ଏବଂ ଏହାକୁ ବିରୋଧ କଲେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରି ବିଜେପି ନେତାମାନେ ହତ୍ୟାର ଶିକାର ହେଉଛନ୍ତି। ପଶ୍ଚିମବଙ୍ଗ ପରି ଓଡ଼ିଶାରେ ରାଜନୈତିକ ହିଂସା ଦେଖାଦେଇଛି।


୨୦ବର୍ଷ ଶାସନ ପରେ ଆଜି ଲକ୍ଷ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି। ରାଜ୍ୟରେ ସାମୁଦ୍ରିକ ସମ୍ପଦ, ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ, ମାନବ ସମ୍ବଳ ଥାଇ ମଧ୍ୟ ଓଡ଼ିଶା ଆଜି ପଛରେ ରହିଛି। ରାଜ୍ୟ ସରକାର ଅସାଧୁ ମିଲର ମାନଙ୍କ ସହ ହାତ ମିଲାଇ ଚାଷୀ କୂଳକୁ ପ୍ରତାରଣା କରି ଚାଲିଛନ୍ତି। କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ଚାଷୀ କୂଳକୁ ଗୋଟିଏ ବି ବାର୍ତ୍ତା ଦେଲେ ନାହିଁ ଆଦି ଅଭିଯୋଗ କରିବା ସହ ରାଜ୍ୟର ଓଡ଼ିଆ ପୁଅ ଆଜି ଦାଦନ କାହିଁକି ଖଟୁଛି ନବୀନ ବାବୁ ଏହାର ଉତ୍ତର ରଖନ୍ତୁ ବୋଲି ବିଷ୍ଣୁ ସେଠୀ ପ୍ରଶ୍ନ କରିଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.