Home ଓଡ଼ିଶା ମୁଲାୟମ ସିଂ ଯାଦବ ଅସୁସ୍ଥ – ଲକ୍ଷ୍ନୌର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି

ମୁଲାୟମ ସିଂ ଯାଦବ ଅସୁସ୍ଥ – ଲକ୍ଷ୍ନୌର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି

98

ଲକ୍ଷ୍ନୌ ୭-୮ (ଓଡ଼ିଆ ପୁଅ) ସମାଜବାଦି ପାର୍ଚି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯିବାରୁ ତାଙ୍କୁ ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ଡାକ୍ତରଙ୍କ ଏକ ଟିମ୍ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ମେଦାନ୍ତା ଡାକ୍ତରଙ୍କ କହିବାନୁସାରେ, ମୁଲାୟମ ସିଂଙ୍କ ଅବସ୍ଥା ବର୍ତ୍ତମାନ ଠିକ ଅଛି।

ସୂଚନାଯୋଗ୍ୟଯେ, ମୁଲାୟମ ସିଂ ଏକ ମାସ ପୂର୍ବରୁ ମଧ୍ୟ ମେଦାନ୍ତାରେ ଭର୍ତ୍ତି ହୋଇଥିଲେ। ସେ ସମୟରେ ତାଙ୍କର ଅନ୍ତନଳୀରେ ସମସ୍ୟା ଥିଲା।

ଗୁରୁବାରଦିନ ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ମେଦାନ୍ତା ନିର୍ଦ୍ଦେଶକ ଡକ୍ଟର ରାକେଶ କାପୁର କହିଛନ୍ତି। ସେ ପେଟରେ କିଛି ଅସୁବିଧା ଥିବାରୁ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ କହିବାନୁସାରେ, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ପେଟରେ କିଛି ଅସୁବିଧା ହେବା ପରେ ତାଙ୍କୁ ମେଦାନ୍ତାକୁ ଅଣାଯାଇଛି। ଡକ୍ଟର ରାକେଶ କପୁରଙ୍କ ଅନୁଯାୟୀ ମୁଲାୟମଙ୍କର ମୂତ୍ରାଶୟ ସଂକ୍ରମଣ ଅଭିଯୋଗ ମଧ୍ୟ ରହିଛି। ତାଙ୍କର କରୋନା ପରୀକ୍ଷା କରାଯାଇଛି, ଯାହାର ରିପୋର୍ଟ ନେଗେଟିଭ୍ ଆସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.