Home ଓଡ଼ିଶା ବାଘ ଶିକାର ଘଟଣାରେ ରଣପୁର ବନବିଭାଗ ଦ୍ୱାରା ସର୍ପଧରାଳି ଅଟକ

ବାଘ ଶିକାର ଘଟଣାରେ ରଣପୁର ବନବିଭାଗ ଦ୍ୱାରା ସର୍ପଧରାଳି ଅଟକ

111

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୮-ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ରଣପୁର ବନାଂଚଳରେ ବାଘ ଶିକାରକୁ ନେଇ ଦୀର୍ଘମାସ ହେଲା ତନାଘନା ଚାଲିଛି । ଭୁବନେଶ୍ୱର ସ୍ୱତନ୍ତ୍ର ଟାକ୍ସଫୋର୍ସ ଆସି ବାଘ ଶିକାର ର ମୁଖ୍ୟ ଆସାମୀ ଜାମୁଗଣ୍ଡ ଗ୍ରାମର ଲକ୍ଷ୍ମୀଧର ନାୟକଙ୍କୁ ଗିରଫ କରିବା ପରେ ରଣପୁର ବନବିଭାଗ ଅନ୍ୟ ୬ଜଣ ସହଯୋଗୀଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଥିବା ଜଣା ପଡିଛି । ଗତ ଅଗଷ୍ଟ ୬ ତାରିଖଠାରୁ ସେହି ମାମଲାରେ ସ୍ନେକ୍ ହେଲ୍ପଲାଇନ୍ ର ସଦସ୍ୟ ସର୍ପଧରାଳି ଅଜୟ ଦାସଙ୍କୁ ବନବିଭାଗ କବଜାକୁ ନେଇଥିବା ଜଣା ପଡିଛି । ଅଜୟ ଦାସ ରଣପୁର ଅଂଚଳ ବୁଲି କିଙ୍ଗ କୋବ୍ରାଠାରୁ ଆରମ୍ଭ କରି ବିଭିନ୍ନ ବିଷଧର ସର୍ପ ଧରି ଜଙ୍ଗଲରେ ଛାଡୁଥିଲେ ।

ଅଜୟ ଦାସଙ୍କୁ ବାଘ ଶିକାର ସମ୍ପର୍କରେ ଏକ ନିବୃତ ସ୍ଥାନରେ ରଖି ପଚରା ଉଚୁରା କରୁଥିବା ବିଶ୍ୱସ୍ତ ସୁତ୍ରରୁ ଖବର ମିଳୁଛି । ଫରେଷ୍ଟର ମହାଶୟ ଫୋନ ଉଠାଉନଥିବା ବେଳେ ରଣପୁର ରେଂଜର ସୁବାଷ ଚନ୍ଦ୍ର ଶତପଥିଙ୍କ ଫୋନ୍ ମଧ୍ୟ ଲାଗୁନାହିଁ । ଏ ସମ୍ପର୍କେ ଅଜୟ ଦାସଙ୍କ ବାପା ଅଚ୍ୟୁତ ଦାସଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ପୁଅ କେଉଁଆଡେ କାଲିଠାରୁ ଯାଇଛି ତା ଫୋନ ଲାଗୁନାହିଁ ଆମ୍ଭେ ଖୋଜୁଛୁ । ପ୍ରକାଶ ଥାଉକି ବାଘ ଶିକାର ସମ୍ପର୍କରେ ଅନେକ ତଥ୍ୟ ଅଜୟ ଦାସଙ୍କ ନିକଟରେ ରହିଥିଲା । ବନବିଭାଗ ଅଧିକ ତଥ୍ୟ ହାସଲ ପାଇଁ ଅଜୟ ଦାସଙ୍କୁ ନେଇ ପଚରା ଉଚୁରା କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି । ବାଘ ଶିକାର ମାମଲା ରେ ଅନ୍ୟ କାହାର ହାତ ଅଛି ସେ ବିଷୟରେ ବନବିଭାଗ ଖୋଳତାଡ କରୁଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.