Home Top News ନୟାଗଡ଼ ଯଦୁପୁରରେ ଗଣମାଧ୍ୟମ ଉପରେ ଆକ୍ରମଣ ଘଟଣା: ଦୁଇ ଗିରଫ; ଲାଗିଲା ସଙ୍ଗିନ୍ ଦଫା

ନୟାଗଡ଼ ଯଦୁପୁରରେ ଗଣମାଧ୍ୟମ ଉପରେ ଆକ୍ରମଣ ଘଟଣା: ଦୁଇ ଗିରଫ; ଲାଗିଲା ସଙ୍ଗିନ୍ ଦଫା

58

ଭୁବନେଶ୍ବର: ବିଜେପି ପକ୍ଷରୁ ପରୀ ପାଇଁ ପଦଯାତ୍ରା କାର୍ଯ୍ୟକ୍ରମ ଚାଲିଥିବା ସମୟରେ ନୟାଗଡ଼ ଜିଲ୍ଲା ଯଦୁପୁରରେ ଏକ ଘରୋଇ ଟିଭି ଚ୍ୟାନେଲ ରିପୋର୍ଟର ଏବଂ କ୍ୟାମେରା ମ୍ୟାନ୍‌ଙ୍କୁ ଆକ୍ରମଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ନୟାଗଡ଼ ସଦର ଥାନା ପୋଲିସ। ଗିରଫ ଦୁଇଜଣ ହେଲେ ଦୀପକ ଦଳବେହେରା ଏବଂ ଅନିଲ ରାଉତ। ଅଭିଯୁକ୍ତ ମାନଙ୍କ ନାମରେ କେସ୍ ନମ୍ବର ୧୭୭/୨୦ରେ ଏକ ମାମଲା ରୁଜୁ ହୋଇଛି। ଉଭୟଙ୍କ ନାଁ’ରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪୧, ୩୨୩, ୨୯୪, ୩୩୬, ୪୨୭, ୫୦୬, ୩୦୭, ୧୦୯/୩୪ ଅନୁଯାୟୀ ସଂଗୀନ୍ ଦଫା ଲାଗିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି। ଘଟଣା ପଛରେ କାହାର ହାତ ଅଛି, ସେନେଇ ଅନୁସନ୍ଧାନ ଚାଲିଥିବା ଅତିରିକ୍ତ ଏସପି କହିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ବିଜେପି ପକ୍ଷରୁ ପରୀ ପାଇଁ ପଦଯାତ୍ରା କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଖବର ସଂଗ୍ରହ କରୁଥିବା ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଏବଂ କ୍ୟାମେରା ମ୍ୟାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ବିଜେପି କର୍ମୀମାନେ ଏହି ଆକ୍ରମଣ କରିଥିଲେ ଏବଂ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଇରାନୀ ରାୟ, ବିଭୁ ତରାଇ ଏବଂ ପୃଥ୍ୱୀରାଜ ହରିଚନ୍ଦନଙ୍କ ପରି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିଲା ବୋଲି କୁହାଯାଉଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.