Home ଓଡ଼ିଶା ବିଜେପି କୃଷକ ମୋର୍ଚ୍ଚାରେ ଏକମାତ୍ର ମହିଳା ଚେହେରା

ବିଜେପି କୃଷକ ମୋର୍ଚ୍ଚାରେ ଏକମାତ୍ର ମହିଳା ଚେହେରା

31

ଭୁବନେଶ୍ୱର: ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଟିମ୍ ଗଠିତ ହୋଇଯାଇଛି। ଏଥିରେ ୬ ଜଣ ଉପସଭାପତି, ୨ ଜଣ ସାଧାରଣ ସମ୍ପାଦକ, ୬ ଜଣ ସମ୍ପାଦକ, ଜଣେ କାର୍ଯ୍ୟାଳୟ ସମ୍ପାଦକ ଜଣେ କୋଷାଧ୍ୟକ୍ଷ ଦାୟିତ୍ୱ ପାଇଥିବା ବେଳେ ବିଭିନ୍ନ ବିଭାଗ ପାଇଁ ୧୬ ଜଣ ସଂଯୋଜକ ଏବଂ ୨୭ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ଥାନ ପାଇଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଏହି ଟିମ୍ ଘୋଷଣା କରିଛନ୍ତି। ତେବେ ପ୍ରଦୀପ ପୁରୋହିତଙ୍କ କୃଷକ ମୋର୍ଚ୍ଚାର ଏହି ନବ ଗଠିତ ଟିମରେ ଜଣେ ମାତ୍ର ମହିଳା ସ୍ଥାନ ପାଇଛନ୍ତି। ଭଦ୍ରକ ଜିଲ୍ଲାର ସୁମିତ୍ରା ପାଣି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟା ଭାବରେ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ସୁମିତ୍ରା ପାଣି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ଉପାଧ୍ୟକ୍ଷା ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି।
-@Dr

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଟିମ୍ ଗଠିତ: ୬ ଉପସଭାପତି, ୨ ସାଧାରଣ ସମ୍ପାଦକ, ୬ ସମ୍ପାଦକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.