Home ଓଡ଼ିଶା ଇ- ୫ ବିଜନେସ୍ ସଲ୍ୟୁସନ୍ସ ଟ୍ରଷ୍ଟ “ତେଜସ୍ୱିନୀ” କାର୍ଯ୍ୟକ୍ରମ; ମହିଳା ସମାଜ ସବୁବେଳେ ସଶକ୍ତ: ପ୍ରତାପ...

ଇ- ୫ ବିଜନେସ୍ ସଲ୍ୟୁସନ୍ସ ଟ୍ରଷ୍ଟ “ତେଜସ୍ୱିନୀ” କାର୍ଯ୍ୟକ୍ରମ; ମହିଳା ସମାଜ ସବୁବେଳେ ସଶକ୍ତ: ପ୍ରତାପ ଷଡ଼ଙ୍ଗୀ

43

ଭୂବନେଶ୍ୱର: ମହିଳାମାନେ ନିଜକୁ ଅସହାୟ ମନେ କରିବା ଉଚିତ ନୁହଁ। ମହିଳା ସମାଜ ସବୁବେଳେ ସଶକ୍ତ, ସେମାନେ ଘର କାମ କରନ୍ତୁ ବା ଉଦ୍ୟୋଗପତି ଚାହିଁଲେ ନିଜ ଗାଁ’ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ଉଚିତ। ନିଜ ଗାଁ’ରେ ଯେପରି କେହି ଭୋକରେ ରହିବେନି ଅଥବା କେହି ଗୃହହୀନ ହୋଇ ରହିବେ ନାହିଁ ସେଥିପାଇଁ ସଂକଳ୍ପ ନେବା ଦରକାର। ତେବେ ଯାଇ ଭାରତ ଆତ୍ମନିର୍ଭର ରାଷ୍ଟ୍ର ହୋଇପାରିବ। ଆନ୍ତଃଜାତୀୟ ମହିଳା ଦିବସ ପ୍ରରିପ୍ରେକ୍ଷୀରେ ରେଡକ୍ରସ ଭବନରେ ଇ- ୫ ବିଜନେସ୍ ସଲ୍ୟୁସନ୍ସ ଟ୍ରଷ୍ଟ ପକ୍ଷରୁ ଆୟୋଜିତ “ତେଜସ୍ୱିନୀ” କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ଉର୍ଜା, ସଶକ୍ତିକରଣ, ଶିକ୍ଷା, ଇ- ମିଡିଆ ଓ ଉଦ୍ୟୋଗ କ୍ଷେତ୍ରରେ ୬ ଜଣ ମହିଳାଙ୍କୁ “ତେଜସ୍ୱିନୀ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବନ୍ଦିତା ଦୀକ୍ଷିତ, ମୌସୁମୀ ପଟ୍ଟନାୟକ, ପୁନମ ମହାପାତ୍ର, ଶର୍ମିଳା ପାତ୍ର, ଅମ୍ରିତା ସାବତ, ସାଗରିକା ଶତପଥୀଙ୍କୁ ତେଜସ୍ୱିନୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁସ୍ମିତା ଦାଶ, ରେଡକ୍ରମ ସୋସାଇଟିର କୋଷାଧ୍ୟକ୍ଷ କଲ୍ପନା ଦାସ, ଆଙ୍କର ତଥା ଶ୍ରୀମତୀ ଇଣ୍ଡିଆ ୟୁନିଭର୍ସ ୨୦୧୯ର ବିଜେତା ମୁନ ମୁନ ସିଂ, ସମାଜସେବୀ ରୀନା ରାଉତରାୟ ପ୍ରମୁଖ ମଞ୍ଚାସିନୀ ଥିଲେ। ଟ୍ରଷ୍ଟର ମାନେଜିଂ ଟ୍ରଷ୍ଟି ପ୍ରବୀଣ କୁମାର ପାଢ଼ୀ ବାର୍ଷିକ ବିବରଣୀ ରଖିଥିଲେ। ଟ୍ରଷ୍ଟି ସୁଜାତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ବହୁ ସଂଖ୍ୟାରେ ମହିଳା ଉଦ୍ୟୋଗୀ ସାମିଲ ହୋଇଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.