Home ଓଡ଼ିଶା ଚାଲିଲା ସରକାରୀ ମାଙ୍କଡା ପଥର ଖଣି… ...

ଚାଲିଲା ସରକାରୀ ମାଙ୍କଡା ପଥର ଖଣି… ଆଉ ଯିବାକୁ ପଡିବନି ଜେଲ୍ ଦେବାକୁ ପଡିବାନି ଜୋରିମାନା

55

ନୟାଗଡ/୦୯/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ତହସିଲ ଅଂଚଳ ରେ ଆବାସ ଯୋଜନା ରେ ଗୃହ ନିର୍ମାଣ କରୁଥିବା , ବ୍ୟକ୍ତିଗତ ଭାବେ ଗୃହ ନିର୍ମାଣ କରୁଥିବା କି ସରକାରୀ ଉନ୍ନତି ମୂଳକ କାର୍ଯ୍ୟ କରୁଥିବା ଠିକାଦାର ଙ୍କର ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । କାରଣ ସରକାର ନୂତନ ଭାବେ ଝାରପଡା ରେଭେନ୍ୟୁ ସର୍କଲ ମୟୁରଝାଲିଆ ମୈାଜା ଖାତା ନଂ ୪୯୫ ପ୍ଲଟ ନଂ ୧୬୮୯, ୪ ଏକର ବିଶିଷ୍ଠ ଯାଗାରେ ୨୦୨୦ -୨୦୨୧ ମସିହା ପାଇଁ ମାଙ୍କଡା ପଥର ଖନନ ର କାର୍ଯ୍ୟାଦେଶ ପ୍ରଦାନ କରିବା ଯୋଗୁଁ ଖନନ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ଯାହାଫଳ ରେ ଲୁଚା ଚୋରା ରେ ଘରୋଇ ଯାଗା ରୁ ପଥର କାଟୁଥିବା ଖଣି ମାଲିକ ଓ ମାଙ୍କଡା ପଥର ଚାଲାଣ କରୁଥିବା ଗାଡି ମାଲିକ ମାନଙ୍କୁ ପ୍ରଶାସନ ତରଫରୁ ପଡୁଥିବା ହଜାର ହଜାର ଟଙ୍କାର ଜୋରିମାନା ଆଉ ପଡିବ ନାହିଁ । ଗାଡି ଡ୍ରାଇଭର ଓ ଖଲାସୀ ମାନଙ୍କୁ ପୋଲିସ ଧରି ଶରିରୀକ ନିର୍ଜାତନା ଦେଇ ଯେଉଁ ଭଳି ଜେଲ୍ ପଠାଉଥିଲା ଆଉ ସେଭଳି ହେବନାହିଁ । ସରକାରୀ ଖଣି ଖୋଲିବା ଯୋଗୁଁ ଉପଯୁକ୍ତ କାଗଜ ପତ୍ର ନେଇ ମାଙ୍କଡା ପଥର ଚାଲାଣ ହୋଇପାରିବ ।

ପୂର୍ବରୁ ପ୍ରଶାସନ, ପୋଲିସ ସହ ମାଙ୍କଡା ପଥର ଚାଲାଣ କାରି ମାନଙ୍କ ମଧ୍ୟରେ ରାତି ସାରା ଛକାପଞ୍ଚା ଚାଲିଥିଲା । ଯାହାଫଳରେ ତହସିଲଦାର ଓ କର୍ମଚାରୀ ମାନେ ରାତି ସାରା ମାଙ୍କଡା ଚୋରା ଚାଲାଣ କୁ ରୋକିବାକୁ  ଅନିଦ୍ରା ହେଉଥିଲେ । ଯେଉଁ ଗାଡି କୁ ଧରୁଥିଲେ ତାହାଠାରୁ ଜୋରିମାନା ଆଦାୟ କରି ଛାଡୁଥିଲେ । ଅପର ପକ୍ଷେ ପୋଲିସ ରାତି ସାରା ମାଙ୍କଡା ଗାଡି ପଛରେ ଗୋଡାଇ ଡ୍ରାଇଭର ଓ ଖଲାସୀ ମାନଙ୍କୁ ଜେଲ୍ ପଠାଇ ଚାଲିଥିଲେ । ତେଣୁ ଗାଡି ମାଲିକ ମାନେ ବିଭିନ୍ନ ଛକ ମାନଙ୍କରେ ରାତି ସାରା ପୋଲିସ ଓ ପ୍ରଶାସନ ଗାଡିର ଗତିବିଧି କୁ ଲକ୍ଷ କରୁଥିଲେ । ଫଳରେ ରାତିସାରା ଏହି ଗୋଡିଆ ଗୋଡି ଯୋଗୁଁ ଅନେକ ଦୁର୍ଘଟଣା ଘଟୁଥିଲା । ସାଧାରଣ ଲୋକମାନେ ରାତ୍ରୀ ରେ ରାସ୍ତାରେ ଯାତାୟତ କରିବା ପାଇଁ ଭୟ କରୁଥିଲେ । ସରକାର ଖଣି ଖୋଲିବା ଯୋଗୁଁ ଖଣି ଉପରେ ନିର୍ଭର କରୁଥିବା ପରିବାର ମାନେ ସରକାରଙ୍କୁ ସାଧୁବାଦ୍ ଜଣାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.