Home ଓଡ଼ିଶା ଟିମ୍ ଅପରାଜିତାରେ ଅପରାଧୀ!କିଏ ସେ ଅପରାଧୀ; ଅଭିଯୋଗ ପଛରେ କିଏ?

ଟିମ୍ ଅପରାଜିତାରେ ଅପରାଧୀ!କିଏ ସେ ଅପରାଧୀ; ଅଭିଯୋଗ ପଛରେ କିଏ?

1421

ଭୁବନେଶ୍ୱର: ଟିମ୍ ଅପରାଜିତାରେ ଅପରାଧୀ!ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅପରାଧୀକ ତତ୍ୱଧାରୀ ମାନଙ୍କୁ ନେଇ ତିଆରି କରିଛନ୍ତି “ଟିମ୍ ଅପରାଜିତା”! ଏପରି ଅଭିଯୋଗ ଆଉ କେହି ନୁହେଁ, ତାଙ୍କ ଦଳୀୟ ଲୋକ ହିଁ ଏପରି ଗୁରୁତ୍ୱର ଅଭିଯୋଗ ଆଣିଛନ୍ତି।ବିଜେପିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ଲେଟର ପ୍ୟାଡରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାବତ ଏପରି କିଛି ସଙ୍ଗିନ୍ ଅଭିଯୋଗ ଆଣି ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକଙ୍କୁ ଚିଠି କରିଛନ୍ତି।ଚିଠିଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ ଏ’ ନେଇ ଗଣମାଧ୍ୟମ ଏବଂ ଦଳ ଭିତରେ ଖୁବ୍ ଆଲୋଚନା ହେଉଛି।

ଅଭିଯୋଗରେ ଲେଖାଯାଇଛି, ନବ ନିର୍ବାଚିତ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟିମ୍ ଅପରାଜିତା ନାମରେ କିଛି ଅପରାଧିକ ତତ୍ୱଧାରୀଙ୍କୁ ସାମିଲ କରି ସଙ୍ଗଠନ କରୁଛନ୍ତି।ନିଜ କାର୍ଯ୍ୟାଳୟର କର୍ମଚାରୀଙ୍କ ମାଧ୍ୟମରେ ସଙ୍ଗଠନ ପରିଚାଳନା କରିବାକୁ ଚେଷ୍ଟା କରୁଛନ୍ତି।ସାଙ୍ଗଠନିକ ବ୍ୟବସ୍ଥା ଯଥା ଜିଲ୍ଲା ଏବଂ ମଣ୍ଡଳକୁ ପଦାଘାତ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟବହୃତ ବ୍ୟାନରରେ ରାଜ୍ୟ ଏବଂ ଜିଲ୍ଲା ନେତୃତ୍ୱଙ୍କୁ ସ୍ଥାନ ନ’ଦେଇ ନିଜର ଅହଙ୍କାର ପ୍ରଦର୍ଶନ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କିରାଣୀ ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।ଏହା ସହ ଅପରାଜିତା ଦଳୀୟ ସଙ୍ଗଠନକୁ ତୁଚ୍ଛ ମନେ କରିବା ସହ ଆତ୍ମବନ୍ଦନ ପାଇଁ ବାଧ୍ୟ କରିବା ଏବଂ ଆଗାମୀ ଭୁବନେଶ୍ୱର ନଗର ନିଗମ ନିର୍ବାଚନରେ ଟିକେଟ ନ’ ଦେବାର ଭୟ ଦେଖାଇ କାର୍ଯ୍ୟକର୍ତ୍ତାଙ୍କୁ ନିଜର ଅନୁଗତ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି।

ତବେ, ଏ’ସବୁ ଅଭିଯୋଗ ଅପରାଜିତା କହି ଆସିଥିବା ସବୁ କଥାର ସଂପୂର୍ଣ୍ଣ ବିପରୀତ।ଦଳୀୟ ଶୃଙ୍ଖଳା ଭଙ୍ଗ କରିବା, ଆତ୍ମବନ୍ଦନ ପାଇଁ ବାଧ୍ୟ କରିବା, ଦଳ ଭିତରେ ନିଜସ୍ୱ ସଙ୍ଗଠନ ତିଆରି କରିବା, ସମସ୍ତଙ୍କୁ ସାଙ୍ଗରେ ନେଇ ନ’ଚାଲିବା ଆଦି କଥାକୁ ପ୍ରଥମରୁ ବିରୋଧ କରି ଆସିଛନ୍ତି ଅପରାଜିତା।ରାଜନୀତିରେ ପାଦ ଦେଉ ଦେଉ “ମୁଁ ନୁହେଁ, ଆମେ” କଥା କହି ଏବଂ ଜଗନ୍ନାଥଙ୍କ ରଥଯାତ୍ରାରେ ଜଣଙ୍କ ଦ୍ୱାରା ନୁହେଁ, ସାମୂହିକ ଭାବରେ ରଥ ଟଣା ଯାଇଥାଏ ବୋଲି ଉଦାହରଣ ଦେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପ୍ରଥମରୁ ମନ ମୋହି ନେଇଥିଲେ ଅପରାଜିତା।ଏହା ପରେ ସମ୍ବର୍ଦ୍ଧନ ସଭାରେ ରାଜନୀତିରେ ନିଜକୁ ପ୍ରଥମ ଶ୍ରେଣୀର ଛାତ୍ରୀ କହିବା ସହ ଖୋର୍ଦ୍ଧାରେ ଏକ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାଙ୍କୁ ଅନୁଶାସନର ପାଠ ପଢ଼ାଇବାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା।ଯିଏ ଦଳକୁ ନୁହଁ, ବ୍ୟକ୍ତିବାଦକୁ ଗୁରୁତ୍ୱ ଦେଉଛି ସେମାନଙ୍କୁ ଦଳ ଛାଡ଼ିଦେବା ପାଇଁ କଡ଼ା ଚେତାବନୀ ଦେଇଥିଲେ ଅପରାଜିତା।କିନ୍ତୁ, ସେହି ସବୁ ଅଭିଯୋଗ ଏବେ ତାଙ୍କ ନାମରେ!ତେବେ ସତ କ’ଣ?

ତଥ୍ୟ ଅନୁଯାୟୀ ଏ’ ଭିତରେ ଅନେକ କିଛି ରହସ୍ୟ ରହିଛି।”ଟିମ୍ ଅପରାଜିତା” ନାମରେ ସଙ୍ଗଠନ କରା ଯାଉଥିବାର ସତ୍ୟତା ରହିଛି।ଏହା ତ’ ହେବାର ଥିଲା।ପୂର୍ବରୁ ତ’ ଏପରି ଅନୁମାନ କରାଯାଉଥିଲା।କେବଳ ଅପରାଜିତା ନୁହଁନ୍ତି, କିଛି ମହତ୍ଵ ମହତ୍ତ୍ୱକାଂକ୍ଷୀ ନେତା ଏହିପରି ଭାବରେ ନିଜ ନିଜର ଟିମ୍ କରୁଛନ୍ତି।୧୧ ବର୍ଷର ଆଇଏଏସ ଚାକିରୀ ଛାଡ଼ି ଅପରାଜିତାଙ୍କ ପରି ମହତ୍ତ୍ୱକାଂକ୍ଷୀ ବ୍ୟକ୍ତିତ୍ୱ ଯେ କେବଳ ଏକ ସାଂସଦ ହେବା ପାଇଁ ରାଜନୀତିକୁ ଆସିଛନ୍ତି ତାହା କେବେ ନୁହେଁ ବୋଲି ଆମେ ପୂର୍ବରୁ ଆଲୋଚନା କରି ସାରିଛେ।”ଟିମ୍ ଅପରାଜିତା” ନାମରେ ଗ୍ରୁପ ତିଆରି ହେଉଥିବା ସତ ଏବଂ ଏଥିରେ ଅଧିକ ସଂଖ୍ୟାରେ ମହିଳା ରହୁଛନ୍ତି।ସେମାନେ “ଅଜିତା” ନାମରେ ମଧ୍ୟ ଏକ ୱାଟ୍ସଆପ ଗ୍ରୁପ କରିବା ସହ “ମୁଁ ବି ଅପରାଜିତା” ନାମରେ ନିଜକୁ ପ୍ରତି ପାଦନ କରୁଛନ୍ତି।ଆଉ ରହିଲା ଦଳୀୟ ଅନୁଶାସନ କଥା।ଏଥିରେ ନୂଆ ପୁରୁଣା ଲଢ଼େଇ।ତଳ ସ୍ତରଠାରୁ ଉପର ସ୍ତର ଯାଏଁ ଏ’ ବିବାଦ ତ’ ରହିଛି।କଟକରେ ଆଇପିଏସ୍ ପ୍ରକାଶ ମିଶ୍ରଙ୍କ ସରଳତାର ପରିଣାମ ସ୍ୱରୂପ ଦଳୀୟ କାର୍ଯ୍ୟକ୍ରମ ସମୟରେ ସେ ଘୋର ଅସମ୍ମାନୀତ ହୋଇଛନ୍ତି।କିନ୍ତୁ ହୁଏତ ଅପରାଜିତାଙ୍କ କଠୋର ଆଭିମୁଖ୍ୟ ଯୋଗୁଁ ସେ ଏଥିରୁ ବର୍ତ୍ତିଛନ୍ତି।ବାକି ରହିଲା ବ୍ୟାନରରେ ଫଟୋ କଥା।ଏଠି କେବଳ ଭୁବନେଶ୍ୱର ସଂସଦୀୟ ଆସନଟି ବିଜେପି ଜିତିଥିବା ବେଳେ ଏହା ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ଆସନ ବିଜେପି ହାରିଛି।ବରଂ ଗୋଟିଏ ଆସନ କଂଗ୍ରେସ ହାସଲ କରି ନେଇଛି।ବିଜେପି ଏବଂ ମୋଦୀଙ୍କ ଲୋକପ୍ରିୟତା ସହିତ ନିଜ ବ୍ୟକ୍ତିତ୍ୱ କାରଣରୁ ଅପରାଜିତା ଏଠି ବିଜୟୀ ହୋଇ ପାରିଛନ୍ତି।ରାଜ୍ୟ ନେତୃତ୍ୱ ଏବଂ ସ୍ଥାନୀୟ ନେତୃତ୍ୱ ଯେ ଏଠି ପ୍ରଭାବହୀନ ବୋଲି ବୋଧେ ଅପରାଜିତା ଅନୁଭବ କରିଛନ୍ତି।ଏଠି ଯେ କେବଳ କାଗଜ କଲମରେ ସଙ୍ଗଠନ ତାହା ହୁଏତ ଅପରାଜିତା ଜାଣି ପାରିଛନ୍ତି।କିନ୍ତୁ ଅବଶ୍ୟ ଏହି ସଙ୍ଗଠନ ଭିତରେ ଏପରି କିଛି କାର୍ଯ୍ୟକର୍ତ୍ତା ଅଛନ୍ତି ଯେଉଁମାନେ କି କେବଳ ସଙ୍ଗଠନକୁ ଭଲ ପାଆନ୍ତି।ମୋଦୀଙ୍କୁ, ଅପରାଜିତାଙ୍କୁ ପସନ୍ଦ କରନ୍ତି।କିନ୍ତୁ ଅପରାଜିତାଙ୍କର ବୋଧେ ସେମାନଙ୍କୁ ଚିହ୍ନିବା ବାକି ରହିଛି।ଏବେ ଅପରାଜିତା ଯେଉଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ନିଜ ପ୍ରତିନିଧି ନିଯୁକ୍ତ କରିଛନ୍ତି ସେଥିରେ ଅଧିକାଂଶ ୨୦୧୯ ପାଇଁ ବିଜେପିର ପାର୍ଥି ଥିଲେ।ତେଣୁ ଅପରାଜିତା ଯେ ସଙ୍ଗଠନକୁ ଅଣଦେଖା କରୁଛନ୍ତି, ତାହା କହି ହେବ ନାହିଁ।ବରଂ ଏଠି ପ୍ରଶ୍ନ ଉଠିବ ଯେ ଅପରାଜିତା ଯେଉଁ ଅପରାଧିକ ତତ୍ତ୍ୱକୁ ନେଇ ସଙ୍ଗଠନ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି, ସେ ଅପରାଧିକ ତତ୍ତ୍ୱ ସବୁ କିଏ?

ଅଭିଯୋଗକାରୀଙ୍କ ମୁଖିଆ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ନିଜେ ମନମାନୀ କରି ଆସୁଥିଲେ ବୋଲି କୁହାଯାଏ।ରାଜ୍ୟ ବିଜେପିର ନିର୍ଦ୍ଦିଷ୍ଟ ନେତୃତ୍ୱଙ୍କ ପ୍ରତି ଆନୁଗତ୍ୟ ଦେଖାଇ, ଏଣେ ଭୁବନେଶ୍ୱରରେ ରହି ଦଳରେ ନିଜର ଅକ୍ତିଆର ସାବ୍ୟସ୍ତ କରି ଆସୁଥିଲେ।ନିଜର ଏକ ଗ୍ରୁପ ତିଆରି କରିଥିଲେ।ମନ ଇଚ୍ଛା ଯାହାକୁ ପାରିଲେ ରାତି ଅଧରେ ପଦ ପଦବୀରୁ ହଟାଇ ଦେଉଥିଲେ।ଦଳୀୟ ବିବାଦ ବା କୌଣସି ଅଭିଯୋଗ ସୋସିଆଲ୍ ମିଡିଆ ପ୍ଲାଟଫର୍ମ କିମ୍ବା ମିଡିଆରେ ନ’ଉଠାଇ ସଙ୍ଗଠନ ଭିତରେ ଉଚିତ୍ ପ୍ଲାଟଫର୍ମରେ ଉଠାଇବା କଥା କୁହା ଯାଉଥିବା ବେଳେ, ଏ’ ବିବାଦୀୟ ଚିଠି ସୋସିଆଲ ମିଡିଆରେ ପୋଷ୍ଟ କରାଗଲା କିପରି?ଏବଂ ମିଡିଆରେ ଆଲୋଚନା ହେବା ଯାଏଁ ଗଲା କାହିଁକି?ତେବେ ଏଠି କିଏ ଭାଙ୍ଗିଲା ଦଳୀୟ ଶୃଙ୍ଖଳା?ଏବଂ ଆଉ ଏକ ବଡ଼ ପ୍ରଶ୍ନ, ଅଭିଯୋଗ ପତ୍ରଟି ରାଜ୍ୟ ସଭାପତିଙ୍କ ନାମରେ ନ’ ହୋଇ ସଙ୍ଗଠନ ସମ୍ପାଦକଙ୍କ ନାମରେ ହେବା ଏବଂ ଏକାକିତ ନକଲ ସଭାପତିଙ୍କ ନାମରେ ହେବାର ରହସ୍ୟ କ’ଣ?ଅଭିଯୋଗକାରୀଙ୍କ ପ୍ରଛଦ ପଟରେ କେହି ଆଉ ନାହିଁ ତ’? //ଦେବଦତ୍ତ ରଥ

“ତାଳି” ମାରିବା ମନା! କିନ୍ତୁ; କାହିଁକି? କାହିଁକି ତାଳି ମାରିବାକୁ ବାରଣ କଲେ ଅପରାଜିତା?

ଜଣେ କଠୋର; ଜଣେ କୋମଳ: କିନ୍ତୁ, ତା’ର ପରିଣାମ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.