Home ଓଡ଼ିଶା ଆସନ୍ତା କାଲିଠୁ ମେଘନାଦ ପାଚେରୀ କଡ଼ ଉଚ୍ଛେଦ

ଆସନ୍ତା କାଲିଠୁ ମେଘନାଦ ପାଚେରୀ କଡ଼ ଉଚ୍ଛେଦ

705

ପୁରୀ, ୧୮/୦୮, (ଓଡ଼ିଆ ପୁଅ/ ପି. ନାୟକ): ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗିଥିବା ବେଆଇନ କୋଠା ଭଙ୍ଗାଯିବ। ମେଘନାଦ ପାଚେରୀକୁ ସଂପୂର୍ଣ୍ଣ ଉନ୍ମୁକ୍ତ ରଖିବା ପାଇଁ ଶହଶହ ବର୍ଷ ଧରି ଥିବା ନିର୍ମାଣ ବେଆଇନ୍ କୋଠା ଗୁଡ଼ିକ ହଟାଇ ଦିଆଯିବ। କେବଳ ଶ୍ରୀମନ୍ଦିର ନୀତିସହ ସଂପୃକ୍ତ ସିଂହଦ୍ୱାର ଦୁଇ ପାର୍ଶ୍ୱରେ ଥିବା ବଡ଼ଛତା ଓ ଛାଉଣୀ ମଠକୁ ଛାଡ଼ି ଅନ୍ୟ ସବୁ ନିର୍ମାଣକୁ ଉଚ୍ଛେଦ କରାଯିବ।

ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି, କ୍ଲୋକରୁମ, ଜୋତାଷ୍ଟାଣ୍ଡ, ଶୌଚାଳୟ, ସେସୁ ଅଫିସ ପ୍ରଭୁତି ସରକାରୀ ଓ ବେସରକାରୀ ଅବରୋଧ ଗୁଡ଼ିକୁ ହଟାଇଦିଆଯିବ। ସେଥିପାଇଁ ଆଜିଠାରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସିଂହଦ୍ୱାର ସମ୍ମୁଖରେ ଥିବା ଅସ୍ଥାୟୀ ପୋଲିସ ଫାଣ୍ଡି ଓ ସୂଚନା କେନ୍ଦ୍ର ସ୍ଥାପନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.