Home ଜିଲ୍ଲା ପରିକ୍ରମା ବିଜେପି କାର୍ଯ୍ୟକର୍ତାଙ୍କ ବୈଠକ

ବିଜେପି କାର୍ଯ୍ୟକର୍ତାଙ୍କ ବୈଠକ

1

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅସୁରାଳି ସହିଦ ମଣ୍ଡଳ ଅଧୀନ ଖପରପଦା ପଂଚାୟତ ଶକ୍ତି କେନ୍ଦ୍ରସ୍ତରୀୟ ବିଜେପି କାର୍ଯ୍ୟକର୍ତା ବୈଠକ ମଙ୍ଗଳପୁର ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି।ଶକ୍ତି କେନ୍ଦ୍ର ପ୍ରମୁଖ ସନ୍ତୋଷ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ।ପଂଚାୟତର ୬ଗୋଟି ବୁଥରେ ସଂଗଠନର ଅଭିବୃଦ୍ଧି,ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନରୁ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ ଆଦି ବିଷୟରେ ଆଲୋଚନା କରାଯାଇଥିଲା ଏବଂ ସମସ୍ତେ ଏକତା ଓ ପରସ୍ପର ସମନ୍ୱୟ ରକ୍ଷା କରିବା ଉପରେ ମତପ୍ରକାଶ ପାଇଥିଲା।ବିଜେପି ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ ବୈକୁଣ୍ଠ ନାଥ ସାହୁ,ରମାକାନ୍ତ ସାହୁ,ଗଙ୍ଗାଧର ନାୟକ,ଯୁଧିଷ୍ଠିର ସାହୁ,ଜନାର୍ଦ୍ଦନ ହାଜରା,ନାରାୟଣ ଦାଶ,ପ୍ରଫୁଲ୍ଲ ପୃଷ୍ଟି,ଦେବାଶିଷ ନାୟକ,ଦାଶରଥି ସାହୁ,ପଦ୍ମଲୋଚନ ସାହୁ,ପ୍ରିୟଦର୍ଶିନ ପଣ୍ଡା,ଗୌରାଙ୍ଗ ମଳିକ,ବିଚିତ୍ର ମହାରଣା,ଅଜୟ ମଳିକ,ପ୍ରଶାନ୍ତ ସାହୁ,କେଶବ ମଳିକ,ମାନସ ସାହୁ,ଦିବାକର ପାତ୍ର,ସିତାରାମ ପତି ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବତନ ସରପଂଚ ଗୟାଧର ନାୟକ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.