Home ଜିଲ୍ଲା ପରିକ୍ରମା ଇନ୍‌ଟାକ୍ ଭଦ୍ରକ ଚାପ୍ଟର ପକ୍ଷରୁ ଭଦ୍ରକର ଗରିମାମୟ ଐତିହ୍ୟ ସଂପର୍କରେ ବକ୍ତୃତା ପ୍ରତିଯୋଗିତା

ଇନ୍‌ଟାକ୍ ଭଦ୍ରକ ଚାପ୍ଟର ପକ୍ଷରୁ ଭଦ୍ରକର ଗରିମାମୟ ଐତିହ୍ୟ ସଂପର୍କରେ ବକ୍ତୃତା ପ୍ରତିଯୋଗିତା

1

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳା ଓ ସଂସ୍କୃତିକ ଐତିହ୍ୟ ସୁରକ୍ଷାର ଜାତୀୟ ନ୍ୟାସ (ଉନ୍‌ଟାକ୍‌) ଭଦ୍ରକ ଶାଖାର ଆନୁକୂଲ୍ୟରେ କୁଆଁସସ୍ଥିତ “ନିତ୍ୟାନନ୍ଦ ଭବନ” ପରିସରରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅତି ସୁନ୍ଦର ଭାବରେ ଭଦ୍ରକର ଗରିମାମୟ ଐତିହ୍ୟ ସଂପର୍କରେ ବିଭିନ୍ନ ଦିଗର ତଥ୍ୟମାନ ଉପସ୍ଥାପନ କରିଥିଲେ । ଭଦ୍ରକ ଜିଲ୍ଲାରୁ ୯ ଗୋଟି ସ୍କୁଲର ୯ଜଣ ଛାତ୍ରଛାତ୍ରୀମାନେ ଇଂରାଜୀରେ ବକ୍ତବ୍ୟ ରଖିଥିଲେ ଏବଂ ୧୩ ଗୋଟି ବିଦ୍ୟାଳୟରୁ ଆସିଥିବା ୨୦ ଜଣ ଛାତ୍ରଛାତ୍ରୀବୃନ୍ଦ ଓଡ଼ିଆ ବକ୍ତବ୍ୟରେ ପ୍ରଦାନରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଆ ବିଭାଗରେ ଡଃ ମନୀନ୍ଦ୍ର କୁମାର ମହାନ୍ତି, ଅକ୍ଷୟ ହୋତା, ରବୀନ୍ଦ୍ର କୁମାର ମହାରଣା ଏବଂ ଗୀତାରାଣୀ ଆଇଚ ବିଚାରକ ଭାବରେ ଯୋଗଦାନ କରି ଡି.ଏ.ଭି.ଏସ୍‌.ଡି.ପି ପବ୍ଲିକ ସ୍କୁଲ, ରାନ୍ଦିଆର ବୈଷ୍ଣୋ ସୂର୍ଯ୍ୟାଂଶୀଙ୍କୁ ପ୍ରଥମ ଓ ମାଷ୍ଟର କୌଶିକଙ୍କୁ ଦ୍ୱିତୀୟ ଏବଂ ବିନାୟକ ବିଦ୍ୟାମନ୍ଦିର, ଭଦ୍ରକର ସୂର୍ଯ୍ୟ ପ୍ରକାଶ ରାଉତଙ୍କୁ ତୃତୀୟ ଭାବେ ନିର୍ବାଚିତ କରିଥିଲେ । ସେହିପରି ଇଂରାଜୀ ବିଭାଗରେ ଡ଼ଃ ଗୋଲକ ବିହାରୀ ସାହୁ,ହରମୋହନ କୁଅଁର, ଯୁଧିଷ୍ଠିର ବାରିକ ଓ ଅରବିନ୍ଦ ବସନ୍ତରାୟ ବିଚାରପତି ଭାବେ ଯୋଗଦେଇ ଏସ୍‌.ବି.ଡ଼ି. ଇଂଟରନ୍ୟାସ୍‌ନେଲ ସ୍କୁଲର କାର୍‌ଭି କାବ୍ୟା କ୍ରିଷ୍ଣା ପ୍ରଥମ ଓ ସ୍ମୀତା ସିମରନ୍ ପତିଙ୍କୁ ତୃତୀୟ ଏବଂ ଶ୍ରୀ ସତ୍ୟାସାଇ ବିଦ୍ୟା ବିହାର ବିଦ୍ୟାଳୟର ସ୍ନେହାଲ ପଣ୍ଡାଙ୍କୁ ଦ୍ୱିତୀୟ ସ୍ଥାନରେ ନିର୍ବାଚିତ କରିଥିଲେ । ସମସ୍ତ ଅଂଶ ଗ୍ରହଣକାରୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉନ୍‌ଟାକ୍ ଭଦ୍ରକ ଚ୍ୟାପ୍ଟରର ମୁଖ୍ୟ ଦିଗମ୍ବର ମହାନ୍ତି ଓ ସହଯୁଗ୍ମ ଆବାହକ ପ୍ରଭାକର ମଲ୍ଲିକଙ୍କ ନେତୃତ୍ୱରେ ସଭାକାର୍ଯ୍ୟ, ପ୍ରତିଯୋଗୀତା ଓ ଅନ୍ୟାନ୍ୟ କାର୍ଯ୍ୟ କରାଯାଇଥିଲା । ଅଜିତ୍ କୁମାର ନାୟକ, ମୁକ୍ତିକାନ୍ତ ମହାପାତ୍ର, ମଦନ ମୋହନ ନାୟକ, ଲକ୍ଷ୍ମଣ କୁମାର ମହାନ୍ତି, କରୁଣାକର ଉପାଧ୍ୟାୟ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଦିଲ୍ଲୀପ କୁମାର ନାୟକ ଓ ଲକ୍ଷ୍ମଣ କୁମାର ମହାନ୍ତି ସମସ୍ତ ପ୍ରତିଯୋଗୀ ଓ ସଭ୍ୟସଭ୍ୟାମାନଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରିଥିଲେ । ଆସନ୍ତା ଡ଼ିସେମ୍ବର ୧୩ ତାରିଖରେ ଇନ୍‌ଟାକ୍ ଭଦ୍ରକ ଚାଷ୍ଟର ବାର୍ଷିକୋତ୍ସବ କୁଆଁସସ୍ଥିତ “ନିତ୍ୟାନନ୍ଦ ଭବନ”ରେ ଅନୁଷ୍ଠିତ ହେବାକୁ ଜିଲ୍ଲା ଆବାହକ ଶ୍ରୀଯୁକ୍ତ ମହାନ୍ତି ପ୍ରକାଶ କରିଥିଲେ । ଉକ୍ତ ଉତ୍ସବରେ ଆଜିର ପ୍ରତିଯୋଗୀତାର ଶ୍ରେଷ୍ଠ ୬ଜଣଙ୍କୁ ପୁରସ୍କୃତ କରାଯିବାକୁ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାବୁଲାଲ ଦାସ, ଉଦୟନାଥ ମହାନ୍ତି, ଆଦିତ୍ୟ କୁମାର ଗୋସ୍ୱାମୀ, ମଧୁସୂଦନ ସାହୁ, ରାଜେନ୍ଦ୍ର ପ୍ରସାଦ ଅଗସ୍ତି, କୈଳାଶ ଚନ୍ଦ୍ର ପଣ୍ଡା, ଶରତ କୁମାର ସାହୁ, ଦଃୁଶାସନ ମହାନ୍ତି, ଦିଲ୍ଲୀପ କୁମାର ନାୟକ, ଗୟାଧର ପଣ୍ଡା, ସୁଧାକର ରାଉତ, ହରେକୃଷ୍ଣ ସାହୁ, ଜଗନ୍ନାଥ ନାୟକ, ଭାରତୀ ବାଇ, କାର୍ତିକ ଚନ୍ଦ୍ର ଖୁଂଟିଆ, ଅଜିତ୍ କୁମାର ଦାସ, ରମାକାନ୍ତ ନାୟକ, କମଳାକାନ୍ତ ସ୍ୱାଇଁ, ସୁକାନ୍ତ କାମିଲା, ବିଚିତ୍ରାନନ୍ଦ ମହାନ୍ତି, ହୃଷିକେଶ ମହାନ୍ତି, ଅଶୋକ କୁମାର ଦାସ, ପ୍ରିୟଙ୍କା ପ୍ରିୟଦର୍ଶନୀ ପାଣିଗ୍ରାହୀ, ସୁରେଶ କୁମାର ସାହୁ, ନରେନ୍ଦ୍ର ପ୍ରସାଦ ସାହୁ, ଚନ୍ଦ୍ରମୋହନ ମହାନ୍ତି, ସଂଗ୍ରାମ କେଶରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.