ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କର ପ୍ରାଥମିକ ଶିକ୍ଷକ ମାନଙ୍କ ପ୍ରତି ଥିବା ବୌମାତୃକ ମନୋଭାବ ଏବଂ ପ୍ରାଥମିକ ଶିକ୍ଷକ ମାନଙ୍କର ଦୀର୍ଘଦିନର ମୌଳିକ ଦାବି ଯଥା (ପ୍ରାଥମିକ ଶିକ୍ଷକଙ୍କ ମୂଳ ଗ୍ରେଡ଼୍ ପେ ୪୨୦୦ଟଙ୍କାକୁ ବୃଦ୍ଧି ଏବଂ ୬ବର୍ଷର ଠିକା କାର୍ଯ୍ୟକାଳକୁ ଗଣନା କରି ୬ଟି ନୋସନାଲ୍ ଇନ୍କ୍ରିମେଂଟ ଦେବା) ସରକାରଙ୍କ କାଳକ୍ଷେପଣ ନୀତି ବିରୁଦ୍ଧରେ ଆସନ୍ତା ଡିସେମ୍ବର ୪ ତାରିଖରୁ ବିଧାନସଭା ଆଗରେ ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ବିଧାନସଭା ଆଗରେ ଅହୋରାତ୍ର ଧାରଣାରେ ବସିବେ। ଏଥି ପାଇଁ ଭଦ୍ରକ ଜିଲ୍ଲରେ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ଏକ ପ୍ରସ୍ତୁତି ବୈଠକ ଚାରିଘରିଆ ସ୍ଥିତ କିଡ଼୍ଜୀ ସ୍କୁଲରେ ଜିଲ୍ଲା ସଭାପତି ଜ୍ୟୋତିର୍ମୟ ଅଗସ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୭ଟି ବ୍ଲକରୁ ୫୦ଜଣ ଶିକ୍ଷକ ନେତା ଓ ନେତ୍ରୀ ଯୋଗଦାନ କରିଥିଲେ । ଏମାନଙ୍କ ମଧ୍ୟରେ ଅଜିତ୍ କୁମାର ମହାରଣା, ପ୍ରକାଶ ନାରାୟଣ ଜେନା, ଦେବାଶିଷ ନାଥ, ବ୍ୟୋମକେଶ ପରିଡ଼ା, ପ୍ରଶାନ୍ତ କୁମାର ବାରିକ, ମାନସ ରଞ୍ଜନ ନାୟକ, ମାନୀନି ପରିଡ଼ା, ଜୟନ୍ତ କୁମାର ଜେନା, ସନ୍ତୋଷ କୁମାର ସେଠୀ, ରାମକୃଷ୍ଣ ବାରିକ, ରାଜେଶ କୁମାର ଦାସ, ପ୍ରେମାନନ୍ଦ ପ୍ରଧାନ, ସ୍ୱର୍ଣ୍ଣପ୍ରଭା ନାୟକ, ସନ୍ତୋଷ କୁମାର ମଲ୍ଲିକ, ପରମେଶ୍ୱର ପୃଷ୍ଟି, ପରେଶ କୁମାର ପରିଡ଼ା, ଜୟଦେବ ସେନାପତି, ତୋଫାନ୍ ନାୟକ, ଆଲୋକ ମଲ୍ଲିକ, ସଂଜୀବ ମହାନ୍ତି, ରବିନ୍ଦ୍ର ମଲ୍ଲିକ, ଭାସ୍କର ଦାସ, ଆନନ୍ଦ ମହାଳିକ, ଧନେଶ୍ୱର ମହାପାତ୍ର, କୂଳପ୍ରଭା ସୁଆର, ଓମ୍ ପ୍ରକାଶ ରାଉତ, ଚନ୍ଦନ ପ୍ରସାଦ ମଲ୍ଲିକ, ଦେବାଶିଷ ବେହେରା, ଚନ୍ଦନ କୁମାର ଦାସ, ଶଚ୍ଚିଦାନନ୍ଦ ସେଠୀ, ଧନେଶ୍ୱର ମହାପାତ୍ର, ଧୀରେନ୍ଦ୍ର କୁମାର ସାହୁ ଓ ପଙ୍କଜ କୁମାର ସାମଲ ଯୋଗଦାନ କରିଥିଲେ।








