Home ଜିଲ୍ଲା ପରିକ୍ରମା ଓମସା ମାଲକାନଗିରି ଜିଲ୍ଲାଶାଖା କାର୍ଯ୍ୟକାରୀ ବୈଠକ,ରୋଗୀସେବା ପ୍ରତି ଡାକ୍ତରମାନେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ

ଓମସା ମାଲକାନଗିରି ଜିଲ୍ଲାଶାଖା କାର୍ଯ୍ୟକାରୀ ବୈଠକ,ରୋଗୀସେବା ପ୍ରତି ଡାକ୍ତରମାନେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ

32

ମାଲକାନଗିରି,୨୨ା୧ (ଓଡିଆ ପୁଅ ) ଓଡିଶା ମେଡିକାଲ ସେବା ଏସୋସିଏସନ ମାଲକାନଗିରି ଜିଲ୍ଲାଶାଖାର କାର୍ଯ୍ୟାକାରୀ ବୈଠକ ଜିଲ୍ଲାହସପିଟାଲ ସମ୍ମିଳନୀ କକ୍ଷରେ କୋଭିଡ ନାୟମ ପାଳନ କରାଯାଇ ଅନୁଷ୍ଟିତ ହୋଇଯାଇଛି । ଆଜି ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଓମସା ଶାଖାର ସଭାପତି ଡାକ୍ତର ପ୍ରଫୁଲକୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ଓମସା ର ସଭାପତି ଡାକ୍ତର ନାରାୟଣ ଚନ୍ଦ୍ର ରାଉତ,ମୁଖ୍ୟବକ୍ତା ଭାବେ ଓମସା ରାଜ୍ୟ ସଂପାଦକ ଡାକ୍ତର ବିଶ୍ୱଜିତ ସାମଲ,ସମ୍ମାନିତ ଅତିଥି ଭାବେ ଓମସା କେନ୍ଦ୍ରୀୟ କାର୍ଯ୍ୟକାରୀ କମଟି ସଦସ୍ୟ ଡାକ୍ତର ସଂଜୟ କୁମାର ସ୍ୱାଇଁ,ଓମସା ଦକ୍ଷିଣାଚଂଳ ଜୋନ ସଂପାଦକ ଡାକ୍ତର ମହମଦ ମାଜିଦ ଯୋଗଦେଇଥିଲେ । ଓମସା ର ଜିଲ୍ଲା ଉପସଭାପତି ତଥା ବାହକ ଜନିତ ରୋଗ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଧନେଶ୍ୱର ମହାପାତ୍ର ପ୍ରରମ୍ଭିକ ସୂଚନା ସହିତ ଅତିଥି ମାନଙ୍କର ପରିଚୟପ୍ରଦାନକରି ସଭାର ଆଭିମୁଖ୍ୟ ସଂପର୍କରେ କହିଥିଲେ । ସବ ର୍ପ୍ରଥମେ ମଚାଂଶୀନ ଅତିଥି ଓ ଉପସ୍ଥିତି ଥିବା ସମସ୍ତ ଡାକ୍ତର ମାନେ କରୋନାରେ ମୃତ୍ୟୁବରଣ କରିଥିବା କୋଭିଡ ଯୋଦ୍ଧାଙ୍କ ପାଇଁ ଦୁଇ ମନିଟ ନିରବ ପାର୍ଥନାକରିଥିଲେ । ଏହି କାର୍ଯ୍ୟକାରୀ ବୈଠକରେ ଡାକ୍ତର ମାନଙ୍କ ଚାକିରୀକାଳନୀ ବୟସ ୬୨ବର୍ଷ ରଖା ଯାଉ,ଯଦି ଡାକ୍ତରଙ୍କ ଅଭାବ ରହିଚି ୬୨ବର୍ଷ ପରେ ଡାକ୍ତରଙ୍କୁ କେବଳ ରୋଗୀ ସେବାରେ ନିୟଜିତ କରାଯାଉ, ଅନ୍ୟ ଅଫିସକାମରେ ନିୟୋଜିତ କରାନ ଯାଉ,ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ପୁଲିସ କର୍ମଚାରୀଙ୍କ ଭଳି ଡାକ୍ତରମାନଙ୍କୁ ମଧ୍ୟ ମାଓପ୍ରବଣ ଅଚଂଳର ସେବା ଭତା ଦିଆଯାଉ,ଆଡକ ଡାକ୍ତରମାନଙ୍କୁ ନିୟମିତ କରାଯାଉ,ଆଚଂଳିକ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନକରାଯାଉ,ଦାନ୍ତ ଡାକ୍ତରମାନଙ୍କୁ ଅନ୍ୟାନ ବିଶେଜ୍ଞ ଡାକ୍ତରଙ୍କ ଭଳି ସୁବିଧା ସୁଯୋଗ ଓ ପ୍ରତ୍ସାହନ ଯୋଗାଇ ଦିଆଯିବା ଦାବିସହ ଡାକ୍ତର ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ବିଧିବଦ୍ଧ ଭାବେ ରାଜ୍ୟସରକାର ଓ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ନିକଟରେ ଦାବି ଉପସ୍ଥାପନ କରାଯିବାସହିତ ଡାକ୍ତର ମାନଙ୍କ ଦାବିଗୁଡିକ ପ୍ରତି ଗୁରତ୍ୱ ଦିଆଯିବ ବୋଲି ରାଜ୍ୟସଭାପତି ପ୍ରତି ସୃତି ଦେଇଥିଲେ । ରାଜ୍ୟରେ ୮୭୧୯ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୩ହଜାର ଡାକ୍ତର କାମଚଳାଉଛନ୍ତି । ଠିକ ସେହିପରି ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗରି ଜିଲ୍ଲାରେ ୧୯୭ଜଣ ଡାକ୍ତର ପୋଷ୍ଟ ଥିବା ବେଳେ ଅଛନ୍ତି ମାତ୍ର ୮୮ଜଣ ଡାକ୍ତର , କମ ସଂଖ୍ୟକ ଡାକ୍ତର ମାନଙ୍କୁ ନେଇ ରୋଗୀ ସେବା କରିବା କଷ୍ଟକର ହେଇପଡୁଥିବାରୁ ବିଭିନ୍ନ ହସପିଟାଲ ଗୁଡିକରେ ଖାଲି ଥିବା ଡାକ୍ତରପଦିବା ତୁରନ୍ତ ପୁରଣକରାଯାଉ । ଗୋଟିଏ ସ୍ଥାନରେ ୫ବର୍ଷରହିବାପରେ ନିଜ ଚଏସ ସ୍ଥାନକୁ ଡାକ୍ତରମାନହ୍‌କୁ ବଦଳିକରାଯାଉ ବୋଲି ଏହି ବୈଠକରେ ସରକାରଙ୍କ ନିକଟରେ ଡାକ୍ତର ମାନେ ଦାବି ଉପସ୍ଥାନ କରିଛନ୍ତି । ଡାକ୍ତର ମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି ସମ୍ମାନ ଦେଉଥିବା ବେଳେ ସେମାନଙ୍କ ସମ୍ମାନକୁ ରକ୍ଷାକରି ଡାକ୍ତର ମାନେ ପ୍ରଥମେ ରୋଗୀଙ୍କ ସେବୀପ୍ରତି ଗୁରୁତ୍ୱ ଦେବା ଉଚିତ ବୋଲି ମଚାଂଶିନ ଅତିଥି ମାନେ ସଭାରେ ଉପସ୍ଥିତ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ଓମସା ଜିଲ୍ଲା ଶାଖା ସାଧରଣ ସଂପାଦକ ଡାକ୍ତର ନିହାର ରଂଜନ ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.