Home ଅନୁଗୁଳ ଅବକାରୀ ବିଭାଗ ଚଢ଼ଉରେ ବ୍ୟାପକ ଦେଶୀ ବିଦେଶୀ ମଦ ଜବତ ଓ ୨ ଜଣ ଗିରଫ

ଅବକାରୀ ବିଭାଗ ଚଢ଼ଉରେ ବ୍ୟାପକ ଦେଶୀ ବିଦେଶୀ ମଦ ଜବତ ଓ ୨ ଜଣ ଗିରଫ

17

ତାଳଚେର,୧୧/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜିଲ୍ଲା ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ଅବକାରୀ ବିଭାଗ ତରଫରୁ ଚଳିତ ମାସ ୧୦ ଏବଂ ୧୧ ତାରିଖରେ ଦୁଇ ଦିନ ଧରି କଣିହାଁ ଥାନା ଅନ୍ତର୍ଗତ ଡେରେଙ୍ଗ ଓ ତାଳଚେର ଥାନା ଅନ୍ତର୍ଗତ କନ୍ଧବେରେଣୀ ଅଂଚଳରେ ବ୍ୟାପକ ଚଢ଼ଉ କରାଯାଇ ୧୦,୯୦୦ ଲିଟର ମହୁଲ ପୋଚ ଓ ୩୪୦ ଲିଟର ଦେଶୀ ରନ୍ଧା ମଦ ଜବତ ସହ ନଷ୍ଟ କରାଯାଇଛି । ଏଥିସହ ୭,୮୦୦ ଲିଟର ବିଅର ଏବଂ ୮.୬୪୦ ଲିଟର ବିଦେଶୀ ମଦ ଜବତ ସହ ଏ ସଂକ୍ରାନ୍ତରେ ୨ ଜଣଙ୍କୁ ଗିରଫ କରା କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଡେରେଙ୍ଗ ଗ୍ରାମର ଅଭୟ କୁମାର ସାହୁ ଏବଂ ବୁଧିଆ ସାହୁ । ଏହି ଚଢ଼ଉରେ ତାଳଚେର ଅବକାରୀ ଉପ ନିରୀକ୍ଷକ ପ୍ରଭାସ କୁମାର ଚୈାଧୁରୀ,ଏସଆଇ ବଲବୀର ଗଡ଼ନାୟକ ଓ ରମେଶ ଚନ୍ଦ୍ର ବେହେରା ଏବଂ କର୍ମଚାରୀ ମାନସ ରଞ୍ଜନ ପ୍ରଧାନ, ହରିହର ପରିଡ଼ା,ଅମରଦୀପ କୁଜୁର,ରଶ୍ମିତା ଦେହୁରୀ ଓ ପ୍ରଶାନ୍ତି ସିଂ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.