Home Top News ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ସରକାରର ମୁଖ୍ୟ ଭାବେ ସମ୍ମୁଖକୁ ଆସି ନେତୃତ୍ୱ ନିଅନ୍ତୁ...

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ସରକାରର ମୁଖ୍ୟ ଭାବେ ସମ୍ମୁଖକୁ ଆସି ନେତୃତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ: ଅପରାଜିତା ଷଡ଼ଙ୍ଗୀ

84

ଭୁବନେଶ୍ୱର: ରାଜ୍ୟରେ ପାଖାପାଖି ଅଢ଼େଇ କୋଟି ମହିଳାଙ୍କୁ ସଶକ୍ତିକରଣ ପାଇଁ ସେମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ନିହାତି ଆବଶ୍ୟକ। ଏନସିଆରବି ରିପୋର୍ଟ- ୨୦୨୦ ଅନୁସାରେ ମହିଳା ଅତ୍ୟାଚାର, ହିଂସା ଓ ନିର୍ଯ୍ୟାତନା କ୍ଷେତ୍ରରେ ଓଡ଼ିଶା ରାଜ୍ୟ ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନରେ ରହିଛି। ଅନ୍ୟ ପଟେ ଦଣ୍ଡବିଧାନ ହାରରେ ଓଡ଼ିଶା ରାଜ୍ୟର ସ୍ଥାନ ଅତ୍ୟନ୍ତ ନଗଣ୍ୟ ଏବଂ ଏହା ମାତ୍ର ୯.୨୦ ପ୍ରତିଶତ। ପଡ଼ୋଶୀ ଛତିଶଗଡ଼, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ବିହାର ରାଜ୍ୟରେ ଦଣ୍ଡବିଧାନ ହାର ଓଡ଼ିଶା ତୁଳନାରେ ଅଧିକ। ଅପରାଧ କରି ଅପରାଧୀମାନେ ନିର୍ଭୟରେ ବାହାରେ ବୁଲୁଛନ୍ତି। ପରୀ, ସ୍ମିତାରାଣୀ, ବେବିନା, ପିହୁ, ମାଧବୀଲତା ହତ୍ୟାକାଣ୍ଡ ପରେ ବର୍ତ୍ତମାନ ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ୨୧ ଦିନ ବିତିଗଲାଣି। ଏଭଳି ବିଭତ୍ସ ହତ୍ୟାକାଣ୍ଡରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତିର ଅଭିଯୋଗ ପରେ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ଧାରଣାର ନିଆଁ ବ୍ୟାପିଲାଣି। ସମଗ୍ର ରାଜ୍ୟରେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇଛି। ବିଜେପି ମହିଳା ଏବଂ ଯୁବ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ରାଜ୍ୟର ଅଗଣିତ ମା’ ଓ ଭଉଣୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ରାଜ୍ୟର ବର୍ଦ୍ଧିତ ମହିଳା ନିର୍ଯ୍ୟାତନା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ରାଜ୍ୟର ଗୃହ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ସିଧାସଳଖ ଦାୟୀ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ରାଜ୍ୟରେ ଗୋଟିଏ ଛାୟା ସରକାର ଶାସନ କ୍ଷମତାରେ ଅଛି। ଏହି କାରଣରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାର ନୀରବ ସାଜିଛନ୍ତି। ସରକାରର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀ ସମ୍ମୁଖକୁ ଆସି ନେତୃତ୍ୱ ନେବା ପାଇଁ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।
ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା କାହିଁକି ମୁହଁ ଖୋଲି ନାହାନ୍ତି ? ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି ନାଁ ନାହିଁ? ମମିତା ହତ୍ୟାକାଣ୍ଡରେ ତାଙ୍କ ସହଯୋଗୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ଥିବା ସାଧାରଣ ଜନତାଙ୍କ ଆକ୍ରୋଶକୁ ହ୍ରାସ କରିବା ପାଇଁ ଚାହୁଁ ନାହାନ୍ତି କି ମୁଖ୍ୟମନ୍ତ୍ରୀ? ରାଜ୍ୟରେ ଆଇନକୁ ତା’ ନିଜ ବାଟରେ ଚାଲିବାକୁ ସତରେ ଚାଲିବାକୁ ଦିଆଯାଉଛି ତ? ଏଭଳି ସ୍ପର୍ଷକତା ଘଟଣାରେ ସମ୍ବେଦନଶୀଳ ହୋଇ ଉତ୍ତରଦାୟୀ ଭାବେ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦେବା ସହିତ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାର ଘୋଷଣା କରିବାକୁ ଶ୍ରୀମତୀ ଷଡ଼ଙ୍ଗୀ ଦାବି କରିଛନ୍ତି। ରାଜ୍ୟରେ ମହିଳା ଅସୁରକ୍ଷିତ। ‘ମୁଁ ମହିଳା ମୁଁ ଅସୁରକ୍ଷିତ’ ମାଧ୍ୟମରେ ସାରା ରାଜ୍ୟର ମହିଳାଙ୍କ ପାଖରେ ପହଞ୍ଚିବ ବିଜେପି। ମହିଳା ସୁରକ୍ଷା ନେଇ ଜନସଚେତନା ସୃଷ୍ଟି କରିବ। ମୁଖ୍ୟମନ୍ତ୍ରୀ ଘରୁ ପଦାକୁ ବାହାରନ୍ତୁ ନିଜର ବୟାନ ରଖନ୍ତୁ । ମମତା ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି କରି ଏପରି କହିଛନ୍ତି ସାଂସଦ ଅପରାଜିତା। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ପ୍ରତିଭା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.