Home Top News ୧୪ ଟି ରାଜ୍ୟରେ, ୩ ଟି ଲୋକସଭା ଏବଂ ୧୪ ଟି ବିଧାନସଭା ଆସନରେ ଚାଲିଛି...

୧୪ ଟି ରାଜ୍ୟରେ, ୩ ଟି ଲୋକସଭା ଏବଂ ୧୪ ଟି ବିଧାନସଭା ଆସନରେ ଚାଲିଛି ମତଦାନ

56

ନୂଆ ଦିଲ୍ଲୀ ୩୦ -୧୦ (ଓଡ଼ିଆ ପୁଅ) ଦେଶର ୧୪ ଟି ରାଜ୍ୟରେ ୨୯ ଟି ବିଧାନସଭା ଆସନ ଏବଂ ତିନୋଟି ଲୋକସଭା ଆସନରେ ଚାଲିଛି ଭୋଟ୍ ଗ୍ରହଣ। ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି। ୨୯ ଟି ବିଧାନସଭା ଆସନ ମଧ୍ୟରୁ ଚାରିଟି ପଶ୍ଚିମବଙ୍ଗରେ, ପାଞ୍ଚଟି ଆସାମରେ, ତିନି-ତିନୋଟି ମଧ୍ୟପ୍ରଦେଶ, ମେଘାଳୟ ଏବଂ ହିମାଚଳ ପ୍ରଦେଶରେ ଦୁଇଟି, ବିହାର, ରାଜସ୍ଥାନ ଏବଂ କର୍ଣ୍ଣାଟକରେ ଦୁଇ-ଦୁଇଟି, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ମିଜୋରାମରେ ଗୋଟିଏ ଗୋଟିଏ ଆସନରେ ଚାଲିଛି ମତଗ୍ରହଣ। ସେହିପରି ତିନିଟି ଲୋକସଭା ଆସନରେ ଦାଦର ଏବଂ ନାଗର ହାଭେଳି, ମାଣ୍ଡି (ହିମାଚଳ ପ୍ରଦେଶ), ଖଣ୍ଡୱା (ମଧ୍ୟପ୍ରଦେଶ) ରେ ଭୋଟ୍ ଗ୍ରହଣ ହେଉଛି। କରୋନାକୁ ଦୃଷ୍ଟିରେ ରଖି ଭୋଟ୍ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.