Home ଜିଲ୍ଲା ପରିକ୍ରମା କୃଷକମାନଙ୍କ ପାଇଁ ଆମରଣ ଅନଶନ କରିବେ ଆନ୍ନା ହଜାରେ – ମନେଇବାକୁ ରାଲେଗାଁଓ ସିଦ୍ଧି ଯାଉଛନ୍ତି...

କୃଷକମାନଙ୍କ ପାଇଁ ଆମରଣ ଅନଶନ କରିବେ ଆନ୍ନା ହଜାରେ – ମନେଇବାକୁ ରାଲେଗାଁଓ ସିଦ୍ଧି ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ

57

ମୁମ୍ବାଇ ୨୯-୧ (ଓଡ଼ିଆ ପୁଅ) ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସା ପରେ କୃଷକ ଆନ୍ଦୋଳନ ଶେଷ ହେବାକୁ ଯାଉଥିଲା, କିନ୍ତୁ ଗାଜିପୁର ସୀମାରେ କୃଷକ ନେତା ରାକେଶ ଟିକୈତଙ୍କ ଲୁହ ଏହି ଆନ୍ଦୋଳନକୁ ଏକ ନୂତନ ଜୀବନ ଦେଇଛି। ଏହା ପରେ କୃଷକମାନଙ୍କ ମହାପଞ୍ଚାୟତ ଏହି ଆନ୍ଦୋଳନକୁ ଆହୁରି ମଜଭୁତ କରିଦେଇଛି। ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ମଧ୍ୟ ଚାଷୀଙ୍କ ସମର୍ଥନରେ ବାହାରିବାପାଇଁ ଘୋଷଣା କରିଛନ୍ତି। ଏଥିପାଇଁ ସେ ବାପୁଙ୍କ ଶ୍ରାଦ୍ଧ ବାର୍ଷିକୀ ଅର୍ଥାତ୍ ଜାନୁଆରୀ ୩୦ କୁ ବାଛିଛନ୍ତି। ବାସ୍ତବରେ, ଆନ୍ନା ହାଜାରେ ଏହି ଦିନଠାରୁ ଆମରଣ ଅନଶନ କରିବେ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରକାର ଆନ୍ନାଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି ଏବଂ କେନ୍ଦ୍ର ମନ୍ତ୍ରୀ କୈଳାଶ ଚୌଧୁରୀ ରାଲେଗାଁଓ ସିଦ୍ଧି ଯାଉଛନ୍ତି। ଆନ୍ନାଙ୍କ ଅନଶନକୁ ସ୍ଥଗିତ ରଖିବାକୁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି।

କେଉଁଠାରେ ହେବ ଆମରଣ ଅନଶନ?

ସୂଚନାନୁସାରେ, ଆନ୍ନା ହାଜାରେ ରାଲେଗାଓଁ ସିଦ୍ଧିର ଯାଦବ ବାବା ମନ୍ଦିରରେ ଆମରଣ ଅନଶନ କରିବେ। ଆନ୍ନା ହଜାରେ କହିଛନ୍ତି ଯେ, ୨୦୧୮ ଠାରୁ ସେ ସ୍ୱାମୀନାଥନ୍ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି, କିନ୍ତୁ ତାହା ହୋଇ ପାରି ନାହିଁ। ଏହି କାରଣରୁ ତାଙ୍କୁ ବାଧ୍ୟ ହୋଇ ଆମରଣ ଅନଶନ କରିବାକୁ ପଡିବ।

ଏହି ନେତାମାନେ ଆନ୍ନାଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ

ଉଲ୍ଲେଖଯୋଗ୍ୟଯେ, ଆନ୍ନାଙ୍କୁ ମନାଇବା ପାଇଁ କେନ୍ଦ୍ର ସରକାର ଚେଷ୍ଟା ଜୋରସୋରରେ ଚଳାଇଛନ୍ତି। ଏପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନସଭାର ପୂର୍ବତନ ବାଚସ୍ପତି ହରିଭାବ ବାଗଡେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ବିଜେପି ନେତା ରାଧାକୃଷ୍ଣ ବିକାଶ ପାଟିଲ, ଅହମ୍ମଦନଗର ସାଂସଦ ସୁଜୟ ବିକାଶ ପାଟିଲଙ୍କ ସମେତ ଅନ୍ୟ ନେତାମାନେ ରାଲେଗାଁଓ ସିଦ୍ଧିରେ ଆନ୍ନାଙ୍କୁ ଭେଟିଛନ୍ତି। ତେବେ କଥାବାର୍ତ୍ତା ସମୟରେ କୌଣସି ବାଟ ବାହାରି ନଥିଲା। ଆନ୍ନା ସ୍ୱାମୀନାଥନ୍ ଆୟୋଗର ସୁପାରିଶ ଏବଂ ଏମଏସପି ଦାବି ଉପରେ ଜିଦ୍ ଧରିଛନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ କୈଳାଶ ଚୌଧୁରୀ ଆଜି (୨୯ ଜାନୁଆରୀ) ଆନ୍ନାଙ୍କୁ ଭେଟିବା ପାଇଁ ଏବଂ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.