Home କୋରାପୁଟ ୩୧ ଜଣ କିନ୍ନରଙ୍କୁ ମଧୁବାବୁ ପେନସନ ଭତା ପ୍ରଦାନ

୩୧ ଜଣ କିନ୍ନରଙ୍କୁ ମଧୁବାବୁ ପେନସନ ଭତା ପ୍ରଦାନ

24

କୋରାପୁଟ ୨୯-୦୧(ଓଡିଆ ପୁଅ /ରଂଜନ ଦାସ)ମଧୁବାବୁ ପେନସନ ଯୋଜନାରେ ଜିଲ୍ଲାର ୩୧ ଜଣ କିନ୍ନରଙ୍କୁ ପେନସନ ଭତା ପ୍ରଦାନ କରାଯାଇଛି ।ସ୍ଥାନୀୟ ମାନସ ସ୍କୁଲ ସଭାଗୃହଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ  ପଦ୍ମିନୀ ଦିଆନ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାର କିନ୍ନରମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଥିବା ସୂଚନା ଦେଇଥିଲେ ।କୋରାପୁଟ ବିଧାୟକ ତଥା  ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ କିନ୍ନରମାନଙ୍କୁ ଭତା ପ୍ରଦାନ କରାଯାଇଥିବାରୁ ସେ  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଧନ୍ୟବାଦ ଜଣେଇଥିଲେ ।କମ୍ୟୁନିଟି କେନ୍ଦ୍ର ନିର୍ମାଣ ନିମନ୍ତେ  ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି  ସେ ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାରେ ଏକାଥରକେ ୩୧ ଜଣ କିନ୍ନରଙ୍କୁ ମଧୁବାବୁ ପେନସନ ଭତା ପ୍ରଦାନ ଓ ଜିଲ୍ଲାରେ ଏସଏଚଜି ଗ୍ରୂପ ଗଠନ କରିବା ସହ ତାଲିମ ପ୍ରଦାନ କରାଯାଇଥିବାରୁ କୋରାପୁଟ ମହିଳା ବିଜେଡି  ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସଖା ଅନୁଷ୍ଠାନର ଅଧ୍ୟକ୍ଷା ମୀରା ପରିଡା ଅନ୍ୟତମ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିଲେ ।ରାଜ୍ୟ ସରକାର କିନ୍ନରମାନଙ୍କୁ ସ୍ୱାବଲମ୍ବୀ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଥିବା ସେ ସୂଚନା ଦେଇଛନ୍ତି ।ପରେ ମୁଖ୍ୟ ଅତିଥି ଓ ସମ୍ମାନ୍ନିତ ଅତିଥିମାନେ କିନ୍ନରମାନଙ୍କୁ ଭତା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.