Home Top News ଜାମ୍ମୁ କାଶ୍ମୀର : ସର୍ଚ୍ଚ ସମୟରେ ତିନି ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି

ଜାମ୍ମୁ କାଶ୍ମୀର : ସର୍ଚ୍ଚ ସମୟରେ ତିନି ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି

33

ନୂଆ ଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଦକ୍ଷିଣ କାଶ୍ମୀରର ଅବନ୍ତୀପୋରା ଜିଲ୍ଲାର ଟ୍ରାଲର ମାଣ୍ଡୁରା ଅଞ୍ଚଳରେ ପୋଲିସ୍ ଏନ୍‌କାଉଁଣ୍ଟରରେ ତିନି ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ତେବେ ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହା ପୂର୍ବରୁ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ସେନାର ଏକ ମିଳିତ ଦଳ ମାଣ୍ଡୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ।

ସୁରକ୍ଷା ବାହିନୀର ଜଏଣ୍ଟ ଟିମ୍‌ ସନ୍ଦେହଜନକ ସ୍ଥାନକୁ ଗଲାବେଳେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଯାହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.