Home ଓଡ଼ିଶା ଆଧାର ଅପଡେଟ୍ ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିବ : ଜାଣନ୍ତୁ ଜୀବନରେ କେତେ ଥର...

ଆଧାର ଅପଡେଟ୍ ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିବ : ଜାଣନ୍ତୁ ଜୀବନରେ କେତେ ଥର ଆଧାର ଅପଡେଟ୍ କରିପାରିବେ

374

ନୂଆଦିଲ୍ଲୀ ୨୭ ଅଗଷ୍ଟ (ଓଡିଆ ପୁଅ) ଆଧାର ଅପଡେଟ୍ ରଖିବା ଜରୁରୀ। କାରଣ ଏହା ଜଣେ ଭାରତୀୟ ନାଗରିକଙ୍କ ପାଇଁ ସର୍ବାଧିକ ବ୍ୟବହୃତ ତଥା ନିର୍ଭରଯୋଗ୍ୟ ପରିଚୟ ପ୍ରମାଣ ଏବଂ ଆଡ୍ରେସ୍ ପ୍ରୁଫ୍ ଡକ୍ୟୁମେଣ୍ଟ୍। ଏହାକୁ ଅପଡେଟ୍ କରିବା ପାଇଁ ଆପଣ ସେବା କେନ୍ଦ୍ର ପରିଦର୍ଶନ କରିପାରିବେ କିମ୍ବା ଆଧାର ଅପଡେଟ୍ କରିବା ପାଇଁ ଅନଲାଇନ୍ ସେବା ବ୍ୟବହାର କରିପାରିବେ।

UIDAI ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ଯେ ବର୍ତ୍ତମାନ ବାୟୋମେଟ୍ରିକ୍ ଅପଡେଟ୍ ସହିତ ଗୋଟିଏ କିମ୍ବା ଅଧିକ ଅପଡେଟ୍ ପାଇଁ ଫି ୧୦୦ ଟଙ୍କା ହେବ। ବର୍ତ୍ତମାନ UIDAI ଆଧାରରେ ଡେମୋଗ୍ରାଫିକ ସମ୍ବନ୍ଧୀୟ ଅପଡେଟ୍ ପାଇଁ ୫୦ ଟଙ୍କା ଚାର୍ଜ କରୁଛି।

ଆଧାର ଅପଡେଟ୍ ପାଇଁ କେଉଁ ଡକ୍ୟୁମେଣ୍ଟ୍ ଆବଶ୍ୟକ

ଆବେଦନ ଫର୍ମ ଏବଂ ଫି ସହିତ, ଆପଣ ଆପଣଙ୍କର ନାମ କିମ୍ବା ଠିକଣା କିମ୍ବା ଜନ୍ମ ତାରିଖ ପରିବର୍ତ୍ତନ କରିବାକୁ ବୈଧ କାଗଜପତ୍ର ଦାଖଲ କରିବାକୁ ପଡିବ। UIDAI ପରିଚୟର ପ୍ରମାଣ ଭାବରେ ୩୨ ଟି ଡକ୍ୟୁମେଣ୍ଟ୍ ଗ୍ରହଣ କରିଥାଏ। ଠିକଣା ପ୍ରମାଣ ପାଇଁ ୪୫ ଟି ଡକ୍ୟୁମେଣ୍ଟ୍ ଏବଂ ଜନ୍ମ ତାରିଖର ପ୍ରମାଣପତ୍ର ଭାବରେ ୧୫ ଟି ଡକ୍ୟୁମେଣ୍ଟ୍ ଗ୍ରହଣ କରିଥାଏ। ଆପଣଙ୍କର ଆଧାରରେ ସବିଶେଷ ପରିବର୍ତ୍ତନ କରିବାକୁ ଆପଣ ଯେକୌଣସି ବୈଧ ପ୍ରମାଣପତ୍ର ଦାଖଲ କରିପାରିବେ।

ଆଧାରର ସମସ୍ତ ପରିବର୍ତ୍ତନ ପାଇଁ, ଆପଣଙ୍କୁ ଡକ୍ୟୁମେଣ୍ଟ୍ ଯାଞ୍ଚ କରାଇବାର ଆବଶ୍ୟକତା ନାହିଁ। କୌଣସି ଡକ୍ୟୁମେଣ୍ଟ୍ ଦାଖଲ ନକରି ଆପଣ ଆପଣଙ୍କର ମୋବାଇଲ୍ ନମ୍ବରକୁ ଆଧାର କାର୍ଡରେ ଅପଡେଟ୍ କରିପାରିବେ। ଆପଣ ଯେକୌଣସି ଡକ୍ୟୁମେଣ୍ଟ୍ ସହିତ ଆପଣଙ୍କର ନୂତନ ଫଟୋ ଅପଡେଟ୍ କରିପାରିବେ। ଅନ୍ୟାନ୍ୟ ବିବରଣୀ ଯେପରିକି ବାୟୋମେଟ୍ରିକ୍ସ, ଲିଙ୍ଗ ଏବଂ ଇମେଲ ଆଡ଼ି ଆଦି ମଧ୍ୟ ଅଧିକ ପରିଶ୍ରମ ନକରି ଅପଡେଟ୍ ହୋଇପାରିବ।

ଏଥିପାଇଁ ଆପଣ ଏହି ଲିଙ୍କ କୁ ଯାଇ ଦେଖିପାରିବେ
https://uidai.gov.in/images/commdoc/valid_documents_list.pdf

ଆଧାର ସେବା ପାଇଁ ଆପଣ ଆଧାର ସେବା କେନ୍ଦ୍ରରେ ଏକ ଆପୋଏଣ୍ଟମେଣ୍ଟ ବୁକ୍ କରିବେ। ଯେଉଁଥିରେ ଆଧାର ନାମ, ଠିକଣା, ମୋବାଇଲ୍ ନମ୍ବର, ଇମେଲ୍ ID, ଜନ୍ମ ତାରିଖ, ଲିଙ୍ଗ କିମ୍ବା ବାୟୋମେଟ୍ରିକ୍ ଅପଡେଟ୍ ଅନ୍ତର୍ଭୁକ୍ତ। ସମସ୍ତ ଆଧାର ସେବା କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ନାହିଁ। ବର୍ତ୍ତମାନ ଆପଣ କେବଳ କିଛି କେନ୍ଦ୍ରରେ ଏକ ଆପୋଏଣେଟମେଣ୍ଟ ବୁକ୍ କରିପାରିବେ।

UIDAI ୱେବସାଇଟ୍ ମାଧ୍ୟମରେ ଆଧାର ସେବା କେନ୍ଦ୍ରରେ ଆପଣ ଆପଣଙ୍କର ଆପଏଣ୍ଟମେଣ୍ଟ ବୁକ୍ କରିପାରିବେ। ଏଥିପାଇଁ ଆପଣଙ୍କୁ (MY ADHAR TAB)ମୋର ଆଧାର ଟ୍ୟାବକୁ ଯିବାକୁ ପଡିବ – (Get an Adhar) ଆଧାର ପ୍ରାପ୍ତ କରନ୍ତୁ – (Book an appointment)ଏକ Appointment ବୁକ୍ କରନ୍ତୁ। ଆପଣ ଯେକୌଣସି ସମୟରେ ଚାହିଁଲେ ଆପଣଙ୍କର ଆଧାର ଅପଡେଟ୍ କରିପାରିବେ ନାହିଁ।

UIDAI କିଛି ପ୍ରତିବନ୍ଧକ ଲଗାଇଛି, ଯଥା, ଆପଣ କେବଳ ଦୁଇଥର ଆପଣଙ୍କ ନାମ ଅପଡେଟ୍ କରିପାରିବେ। ଆଧାର କାର୍ଡ ଧାରକଙ୍କ ଜୀବନକାଳ ମଧ୍ୟରେ ଜନ୍ମ ତାରିଖ ଏବଂ ଲିଙ୍ଗ କେବଳ ଥରେ ମାତ୍ର ଅପଡେଟ୍ ହୋଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.