Home ଓଡ଼ିଶା ଭଦ୍ରକରେ ପ୍ରବଳ ବର୍ଷା : ନାହିଁ ଡ୍ରେନେଜ ବ୍ୟବସ୍ଥା : ୧୪ ନଂ ୱାର୍ଡ଼ ସନ୍ଥିଆରେ...

ଭଦ୍ରକରେ ପ୍ରବଳ ବର୍ଷା : ନାହିଁ ଡ୍ରେନେଜ ବ୍ୟବସ୍ଥା : ୧୪ ନଂ ୱାର୍ଡ଼ ସନ୍ଥିଆରେ ଘରେ ପସିଲା ପାଣି

220

ଭଦ୍ରକ, ୨୭l୮ (ସ୍ନିଗ୍ଧା ରାୟ/ଓଡ଼ିଆ ପୁଅ) : ଲଘୁଚାପ ପ୍ରଭାବରେ ସୋମବାର ରାତି ଠାରୁ ଜିଲ୍ଳାବ୍ୟାପି ପ୍ରବଳ ବର୍ଷା ଜାରି ରହିବା ଫଳରେ ଜିଲ୍ଳାରେ ଏକ ବଡ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ନିକଟରେ ଦୁଇଦୁଇ ଗୋଟି ଲଘୁଚାପର ସମ୍ମୁଖିନ ହୋଇଥିବା ଜିଲ୍ଲାବାସୀ ଏବେ ତୃତୀୟ ଲଘୁଚାପ ବର୍ଷାକୁ ନେଇ ଭୟଭିତ ହୋଇଛନ୍ତି। ଲଗାଣ ବର୍ଷାରେ ଜିଲ୍ଲାର ଖାଲୁଆ ଏବଂ ତଳିଆ ଅଂଚଳରେ ପାଣି ଭର୍ତ୍ତି ହୋଇ ଯାଇଥିବା ବେଳେ ଶହ ଶହ ହେକ୍ଟର ଚାଷଜମି ପାଣିରେ ବୁଡି ରହିଛି। ବର୍ଷା କେବଳ ବିଲବାଡିକୁ ଯେ କ୍ଷତି ପହଁଚାଇଛି ତା ନୁହେଁ ଗାଁ ଗଣ୍ଡା ଏବଂ ସାହି ବସ୍ତିରେ ଲୋକଙ୍କୁ ଏକପ୍ରକାର ଗୃହବନ୍ଦୀ କରି ରଖିଛି। ଅଧିକାଂଶ ଅଂଚଳରେ ଗାଁ ରାସ୍ତା ବୁଡି ବର୍ଷା ଜଳ ପ୍ରବାହିତ ହେଉଛି। କେବଳ ଗାଁ ଗଣ୍ଡା ନୁହେଁ ସହରାଂଚଳର ବିଭିନ୍ନ ସାହି ବସ୍ଥିରେ ମଧ୍ୟ ଅନୁରୁପ ସ୍ଥିତି। ବର୍ଷାଜଳ ନିଷ୍କାସିତ ହୋଇ ନପାରି ରାସ୍ତା ଘାଟରେ ବର୍ଷା ଜଳ ଲହଡି ଭାଙ୍ଗୁଛି। ଏଥିରୁ ବାଦ ପଡ଼ିନାହିଁ ପୌରାଞ୍ଚଳର ୧୪ ନଂ ୱାର୍ଡ଼ ସନ୍ଥିଆ। ଏହି ୱାର୍ଡର ଜେନା ସାହି ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାଣିରେ ଭାସୁଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଡ୍ରେନେଜର ବ୍ୟବସ୍ଥା ନାହିଁ, ଯାହାକି ରାଜନୈତିକ ଇଚ୍ଛାଶକ୍ତି ବା ଦୋମୁହାଁ ନୀତି ବୋଲି ସ୍ପଷ୍ଟ ବାରି ହେଉଛି। ଏପଟେ କରୋନା ତାଣ୍ଡବରେ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସେପଟେ ବର୍ଷାପାଣି ପାଇଁ ଗୃହବନ୍ଦୀ ସେମାନଙ୍କୁ କିଭଳି କଲବଲ କରୁଥିବ ଏଥିରୁ ସ୍ପଷ୍ଟ ଅନୁମେୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.