Home ଜିଲ୍ଲା ପରିକ୍ରମା ଜମୁଛି ଆନନ୍ଦ ବଜାର ଶ୍ୟାମାକାଳୀ ପୂଜା

ଜମୁଛି ଆନନ୍ଦ ବଜାର ଶ୍ୟାମାକାଳୀ ପୂଜା

1

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ଆନନ୍ଦ ବଜାର ଠାରେ ଚାଲିଥିବା ସାର୍ବଜନୀନ ଶ୍ୟାମାକାଳୀ ପୂଜା କ୍ରମଶଃ ଜମିବାରେ ଲାଗିଛି।ସ୍ୱାଧୀନତା ପରବର୍ତ୍ତୀ ସମୟ ୧୯୫୨ ମସିହାରେ କେତେକ ମାତୃପ୍ରେମୀଙ୍କ ପରିକଳ୍ପିତ ଏହି ଆଧ୍ୟାତ୍ମିକ ଅନୁଷ୍ଠାନ ପ୍ରଥମେ ନିକଟସ୍ଥ ମଙ୍ଗଳପୁରରେ ଆରମ୍ଭ ହୋଇ ପରେ ସରପୁର ଠାରେ ହୋଇଥିଲା।ଏହା ପରେ ଆନନ୍ଦ ବଜାର ଠାରେ ନିରବଚ୍ଛିନ୍ନ ଭାବରେ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି।ଚଳିତ ବର୍ଷ ପୂଜା ପାଇଁ ଆନନ୍ଦ ବଜାର ରଙ୍ଗୀନ ଆଲୋକ ସମ୍ଭାରରେ ସଜେଇ ହୋଇଛି।ଦେବୀଙ୍କ ସୁନ୍ଦର ମୃଣ୍ମୟୀ ପ୍ରତିମା ସାଙ୍ଗକୁ ପାଶ୍ୱ ମୂର୍ତ୍ତି ପୂଜା ମଣ୍ଡପର ଆକର୍ଷଣ ବୃଦ୍ଧି କରୁଛି।ପ୍ରତ୍ୟେହ ସନ୍ଧ୍ୟାରେ ନୃତ୍ୟ ସଙ୍ଗୀତ ପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହେଉଛି।୭୪ ବର୍ଷ ଧରି ଭଦ୍ରକ ଏବଂ ଧାମନଗର ବ୍ଲକର ଦିନାରୀ ଲେଙ୍କାସାହି ମଙ୍ଗଳପୁର କୋରୁଆ ସରପୁର ଗଞ୍ଜାମାଳ ପୋଡ଼ପୋଡା ଅଜମତପୁର ଆଦି ଗ୍ରାମବାସୀଙ୍କ ସମେତ ଆନନ୍ଦ ବଜାରର ସକ୍ରିୟ ସହଯୋଗ କ୍ରମେ ମାତୃପୂଜା ଅନୁଷ୍ଠିତ ହେଉଛି।ପଣ୍ଡିତ ଗୟାଧର ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଶିଳ୍ପୀ ଜଗବନ୍ଧୁ ମହାପାତ୍ର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.