Home ଜିଲ୍ଲା ପରିକ୍ରମା ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର

ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର

1

ଭଦ୍ରକ, ୧୨ା୧୧ – ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ବିଷୟରେ ଧାମନଗର ବ୍ଲକ ଜାହାଙ୍ଗୀର ସ୍ଥିତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ, ଠାରେ ଅନୁଷ୍ଠିତ ହୋଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇଯାଇଛି। ଏହି ସଭାରେ ଅତିଥି ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ମୋନାଲିସା ପଣ୍ଡା, ଆଇ ଆଇ ସି ସାଇବର୍ ଥାନା, ଭଦ୍ରକ ଦୟାନିଧି ଦାସ ଯୋଗ ଦେଇଥିଲେ। ଏହି ସଭାରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ସଭା ପରିଚାଳିତ କରିଥିଲେ ଓ ସଭାରେ ଯୋଗଦେଇଥିବା ବ୍ୟକ୍ତି ମାନଙ୍କୁ ସଂଚୟର ମହତ୍ୱ ଜଣାଇବା ସହ ଆର୍ôଥକ ସକ୍ଷାରତା ମାଧ୍ୟମରେ ସମାଜ ଗଢ଼ିବା ପାଇଁ ଅନୁପ୍ରାଣିତ କରିଥିଲେ। ଆଇଆଇସି ସାଇବର ଥାନା ସଭାରେ ଯୋଗଦେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶିକାରରୁ ବଞ୍ଚିବାର ଉପାୟମାନ ବୁଝାଇଥିଲେ। । ଏହି ସଭାରେ ବ୍ୟକ୍ତିବିଶେଷ ମାନଙ୍କୁ ଅନୁରୋଧ କରିଥିଲେ ଓ ନିଜ ପରିବାର ଲୋକଙ୍କୁ ମଧ୍ୟରେ ସଂଚୟ ଯୋଜନା, ଆର୍ôଥକ ସାକ୍ଷରତା ଓ ସାଇବର ସଚେତନତା ସମ୍ପର୍କରେ ସଚେତନ କରିବା ପାଇଁ ଅନୁରୋଧ କରିଥିଲେ। ସର୍ବଶେଷରେ ଆର୍ôଥକ ସାକ୍ଷରତା ଉପରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଓ ପୁରଷ୍କୃତ କରାଯାଇଥିଲା। ପ୍ରକାଶ ଥାଉକି ଉକ୍ତ କାର୍ଯ୍ୟକ୍ରମ ଟି ସମାଜ ପାଇଁ ଏକ ସଚେତନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଅନେକ ଲୋକ ଙ୍କୁ ସୂଚନା ଦିଆ ନ ଯାଇ ଲୋକ ଦେଖାଣିଆ କିଛି ବ୍ୟକ୍ତି ଙ୍କୁ ନେଇ ଏହି କାର୍ଯ୍ୟକ୍ରମ କୁ ଶେଷ କରୁଥିବାରୁ ସ୍ଥାନୀୟ ଅଂଚଳ ରେ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.