Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ-୨୦୨୬ ର ଉଦଯାପନୀ ଉତ୍ସବ

ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ-୨୦୨୬ ର ଉଦଯାପନୀ ଉତ୍ସବ

0

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍‌’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ-୨୦୨୬ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଜି ଉଦଯାପିତ ହୋଇଛି। ଏହି ଉଦଯାପନୀ ଉତ୍ସବରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଯୁବବର୍ଗ ହେଉଛନ୍ତି ଦେଶର ଭବିଷ୍ୟତ। ଯୁବକ-ଯୁବତୀ ଦେଶ ପାଇଁ ଭଲ କାମ କଲେ ଦେଶ ଉନ୍ନତି ଦିଗରେ ଗତି କରିବ। ସେ ଯୁବ ପ୍ରତିଯୋଗୀମାନଙ୍କ ପ୍ରତିଭାକୁ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଦେବବ୍ରତ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ରଶ୍ମିରାଣୀ ନିମାକା, ସଂସ୍କୃତି ଉନ୍ନୟନ ଅଧିକାରୀ ଶ୍ରୀମତୀ ତନୁଜା ଶିର୍କା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉତ୍ସବର ପ୍ରତିଯୋଗିତାରେ ୧୫ ରୁ ୨୯ ବର୍ଷ ବୟସର ଯୁବକ-ଯୁବତୀମାନେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ସେମାନେ ମାଇଁ ଭାରତ ପୋର୍ଟାଲ ମାଧ୍ୟମରେ ଅନଲାଇନ୍‌ରେ କିମ୍ବା ଅଫଲାଇନ୍‌ରେ ପଞ୍ଜୀକରଣ କରିଥିଲେ। ଗୋଷ୍ଠୀ ଓ ଏକକ ବର୍ଗରେ ଲୋକନୃତ୍ୟ, ଲୋକସଙ୍ଗୀତ, ନୁକ୍କଡ଼ ନାଟକ, କବିତା ଲେଖନ ଓ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଗୋଷ୍ଠୀ ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଯଥାକ୍ରମେ ୧୦,୦୦୦, ୭,୫୦୦ ଓ ୫,୦୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏକକ ପ୍ରତିଯୋଗିତାରେ ଯଥାକ୍ରମେ ୩,୦୦୦, ୨,୦୦୦ ଓ ୧,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ବିଜେତା ପ୍ରତିଯୋଗୀଙ୍କୁ ଅତିଥିବୃନ୍ଦ ପୁରସ୍କାର, ପ୍ରମାଣପତ୍ର ସହ ସ୍ମୃତି ଚିହ୍ନ ମଧ୍ୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.