Home ଜିଲ୍ଲା ପରିକ୍ରମା ମହିମାମୟୀ ‘ମା’ କୁଣ୍ଡିକାଳୀ’ ପୁସ୍ତକ ଲୋକାର୍ପିତ

ମହିମାମୟୀ ‘ମା’ କୁଣ୍ଡିକାଳୀ’ ପୁସ୍ତକ ଲୋକାର୍ପିତ

0
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଳିକା ବର୍ଣ୍ଣିତ ରାମାୟଣର କଥାବସ୍ତୁ ଅନୁଯାୟୀ ନଳ ଦମୟନ୍ତୀଙ୍କ ପରୀକ୍ଷା କ୍ଷେତ୍ର କୁଣ୍ଡିନଗରର ଅଧିଷ୍ଠାତ୍ରୀ ଦେବୀ ମା’ କୁଣ୍ଡିକାଳୀଙ୍କ ଦୀର୍ଘ ୫ ଶହ ବର୍ଷର ପୀଠ ଆଜି ବହୁ ଶ୍ରଦ୍ଧାଳୁ ଭକ୍ତଙ୍କର ପୂଣ୍ୟଭୂମି ପାଲଟିଛି। ମା’ କୁଣ୍ଡିକାଳୀ ସ୍ୱୟଂ ଆର୍ବିଭୂତା ହୋଇଛନ୍ତି ବୋଲି କିମ୍ବଦନ୍ତୀ କହେ। ଲୋକଙ୍କ ବିଶ୍ୱାସ ଅଛି ଅମାବାସ୍ୟାରେ ତାଙ୍କ ପାଖରେ ମାନସିକ କଲେ ସକଳ କାମନା ପୂର୍ଣ୍ଣ ହୋଇଥାଏ। ଏଣୁ ପ୍ରତି ଅମାବାସ୍ୟାରେ ଏଠାରେ ଶ୍ରଦ୍ଧାଳୁମାନଙ୍କର ଭିଡ ଜମିଥାଏ। ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ସଂପାଦନାରେ ଏଭଳି ଏକ ଅଧିଷ୍ଠାତ୍ରୀ ଦେବୀଙ୍କର ଇତିହାସ ସଂପର୍କିତ ‘ମା’ କୁଣ୍ଡିକାଳୀ’ ପୁସ୍ତକକୁ ଆଜି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଲୋକାର୍ପଣ କରି ଏହି ପୀଠର ଅଲୌକିକ ମହିମା ସଂପର୍କରେ ଅବଗତ କରାଇଥିଲେ। ଏହି ପୁସ୍ତକଟି ଭଦ୍ରକର ସାଭ ପବ୍ଲିକେଶନର ପ୍ରକାଶକ ସୁବୋଧ କୁମାର ଜେନାଙ୍କ ଦ୍ୱାରା ପ୍ରକାଶିତ ହୋଇଛି। ଆଜିର ଏହି ଉନ୍ମୋଚନ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଅଧ୍ୟକ୍ଷତା କରିଥିବାବେଳେ ଦୁର୍ଗାଶଙ୍କର ବିଶ୍ୱାଳ, ଗୋପାଳ ଚନ୍ଦ୍ର ସାହୁ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ମା’ ଙ୍କ ମହିମା ଗାନ କରିଥିଲେ। ଏବଂ ପ୍ରଶାନ୍ତ କୁମାର ତ୍ରିପାଠୀ, ସନ୍ତୋଷ କୁମାର ଲେଙ୍କା, ଅଜୟ କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ କବି ବସନ୍ତ କୁମାର ପାତ୍ର, ଅଶୋକ କୁମାର ବାରିକ, ପ୍ରଶାନ୍ତ କୁମାର ଓଝା ଓ ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଗୋପାଳ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.