Home ଜିଲ୍ଲା ପରିକ୍ରମା ସ୍ୱତନ୍ତ୍ର ଭୋଟର ସଂକ୍ଷିପ୍ତ ସଂଶୋଧନ -୨୦୨୭ ନେଇ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବୈଠକ

ସ୍ୱତନ୍ତ୍ର ଭୋଟର ସଂକ୍ଷିପ୍ତ ସଂଶୋଧନ -୨୦୨୭ ନେଇ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବୈଠକ

1

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ-୨୦୨୭ ଏବଂ ପୁନର୍ଗଠନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ (ସାଧାରଣ) ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ (ରାଜସ୍ୱ), ଡେପୁଟି କଲେକ୍ଟର ( ନିର୍ବାଚନ ) ପ୍ରତିମା ନାୟକ , ଆସିଷ୍ଟାଂଟ କଲେକ୍ଟର ଶାଶ୍ୱତ ପଟ୍ଟନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ଏବଂ ଜିଲ୍ଲାର ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ସଂଶୋଧନ ପ୍ରକ୍ରିୟା ଚଳିତ ବର୍ଷ ନଭେମ୍ବର ମାସରୁ ଆରମ୍ଭ ହୋଇ ଜାନୁୟାରୀ ମାସ ପର୍ଯ୍ୟନ୍ତ ଚାଲିବ । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୭ ଜାନୁଆରୀ ୧ ସୁଦ୍ଧା ଯେଉଁମାନଙ୍କର ୧୮ ବର୍ଷ ବୟସ କିମ୍ବା ତା ଠାରୁ ଅଧିକ ହୋଇଥିବ ,ସେମାନେ ନୂତନ ଭୋଟର ଭାବରେ ନାମ ପଞ୍ଜିକରଣ କରିପାରିବେ । କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ ଓ ଯୁକ୍ତିଯୁକ୍ତକରଣ ୨୦.୧୧.୨୦୨୬ ସୁଦ୍ଧା ସରିବ। ୩୦ ନଭେମ୍ବରରେ ଖସଡ଼ା ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବ। ସେଥିରୁ ଠାରୁ ୩୦ ଡିସେମ୍ବର ଯାଏଁ ନାମ ଯୋଗ, ବିୟୋଗ କିମ୍ବା ସଂଶୋଧନ ପାଇଁ ଆବେଦନ କରାଯାଇପାରିବ। ୨୦୨୭ ଜାନୁୟାରୀ ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ବୈଠକରେ ନିଷ୍ପତି ଅନୁଯାୟୀ ଯେଉଁ ବୁଥ୍‌ରେ ଭୋଟର ସଂଖ୍ୟା ୧୨୦୦ରୁ ଅଧିକ ରହିଛି, ସେଥିକୁ ଭାଙ୍ଗି ନୂତନ ବୁଥ୍ ଗଠନ କରାଯାଇଛି। ସେହି କ୍ରମରେ ବାସୁଦେବପୁରର ବୁଥ୍ ନଂ-୧୭୫ ମାଟିପକା ଏବଂ ଚାନ୍ଦବାଲିର ବୁଥ୍ ନଂ-୮୬ ହରିଚନ୍ଦନପୁର ଗ୍ରାମର ଦୁଇଟି ବୁଥ୍‌କୁ ଭଙ୍ଗାଯାଇ ଦୁଇଟି ନୂତନ ବୁଥ୍ କରାଯାଇଛି। ଏହା ସହିତ ଭୋଟର ପରିବାରର ସମସ୍ତ ସଦସ୍ୟଙ୍କ ନାମ ଯେପରି ଗୋଟିଏ ବୁଥ୍‌ରେ ରହିବ, ତାହା ସୁନିଶ୍ଚିତ କରାଯାଇଛି। ଭୋଟର ଆଗରେ ନାମର ଉପରେ ଆଧାର ନକରି ଘର ଆଧାରରେ ବୁଥ୍ ବଂଟନ କରାଯାଇଛି, ଯାହା ଫଳରେ ଗୋଟିଏ ପରିବାରର ସମସ୍ତ ଭୋଟରଙ୍କ ନାମ ତାଲିକାରେ ଏକାଠି ରହିବ। ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଏସଏସଆର ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା ଏବଂ ପ୍ରତିନିଧିମାନେ ନିଜ ନିଜ ପ୍ରସ୍ତାବ ମଧ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.