ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଜଗନ୍ନାଥ ସଂସ୍କୃତିରେ ମାନବୀୟ ସଂସ୍କୃତିର ଝଲକ ଆମ ମଣିଷମାନେ ଯେପରି ସ୍ନାନ, ଶୌଚ, ପର୍ବ, ପର୍ବାଣୀ ପାଳନ କରି ଆସୁଛନ୍ତି ଶ୍ରୀ ଜଗନ୍ନାଥଙ୍କ ବଡ଼ ଦେଉଳରେ ଦିଅଁ ମାନଙ୍କ ସ୍ନାନ, ଶୌଚ, ତର୍ପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଯାହାକି ଅନ୍ୟ ଦେବାଦେବୀଙ୍କ ଆରାଧନାରେ ପ୍ରତିଫଳିତ ହୁଏ ନାହିଁ । ମାନବଜାତିର କଲ୍ୟାଣ ପାଇଁ କେବଳ ଜଗନ୍ନାଥ ହିଁ ସମସ୍ତ ପ୍ରକାର ନିତୀ, ନିୟମ ଯୋଗାଇ ଦିଅନ୍ତି ବୋଲି ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ମହା ସଂସ୍କୃତିର ଜାଗରଣ ଯାତ୍ରା ସମାରୋହରେ ବକ୍ତାମାନେ ମତ ପଦାନ କରିଛନ୍ତି । ସାଂଧ୍ୟ ଅଧିବେଶନରେ ପ୍ରଚାର ସମିତିର ମୁଖ୍ୟ ପରିଚାଳକ ପ: ଭାଗିରଥି ନନ୍ଦ ଶର୍ମାଙ୍କ ଅଧକ୍ଷତାରେ ଏକ ଆଧ୍ୟାତ୍ମିକ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ବକ୍ତା ଡ଼. ନିତ୍ୟାନନ୍ଦ ମିଶ୍ର , ସମ୍ମାନୀତ ଅତିଥି ଶ୍ରୀମତୀ ମନୋରମା ଆଚାର୍ଯ୍ୟ, କାଶୀନାଥ ପଣ୍ଡା ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସହ ଆବାହକ ଶ୍ରୀ ବାବୁଲାଲ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମିତିର ମୁଖ୍ୟ ଆବାହକ ସେବକ ଶ୍ରୀ ଶରତ କୁମାର ସାହୁ , ସମିତିର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ପୂର୍ବାହ୍ନ ୧୧ ଟାରେ ନିମ୍ବାଦୀ ସଂକିର୍ତନ ମଣ୍ଡଳୀ ଶୟାର ସଂକୀର୍ତନ କଳାକାରଗଣ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ୱାବଧାନରେ କାଳୀ ମଣ୍ଡପ ପରିକ୍ରମା କରିଥିଲେ । କେଶପୁର ଅନଳଶିକ୍ଷା ଦାନ କେନ୍ଦ୍ରର ତତ୍ୱାବଧାରକ ତପନ କୁମାର ନାୟକଙ୍କ ଉଦ୍ୟମରେ ଶିଶୁ କଳାକାରଗଣକୁ ନେଇ ନୃତ୍ୟ ଓ ମାତୃଶକ୍ତି ଆରାଧନା ଶୀର୍ଷକ ଏକଙ୍କିକା ପରିବେଷଣ କରି ଶ୍ରଦ୍ଧାଳୁକୁ ବିମୋହିତ କରିଥିଲେ । କଳାକାର ଓ ସଂକୀର୍ତନ ମଣ୍ଡଳୀକୁ ପ୍ରମାଣପତ୍ର ଓ ଶ୍ରୀଜଗନ୍ନାଥ ନାମାବଳୀ ପ୍ରଦାନ କରାଯାଇଥିଲା ।
Home ଜିଲ୍ଲା ପରିକ୍ରମା ଶ୍ରା ଜଗନ୍ନାଥ ସଂଂସ୍କୃତିରେ ମାନବୀୟ ସଂସ୍କୃତିର ଝଲକ ,ସମିତିର ଦ୍ୱିତୀୟ ସନ୍ଧ୍ୟାରେ ବକ୍ତାଙ୍କ ଅଭିମତ








