Home ଜିଲ୍ଲା ପରିକ୍ରମା ଧାନ ପଞ୍ଜିକରଣକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଧାନପଡାର ଦୁଇ ଚାଷୀ

ଧାନ ପଞ୍ଜିକରଣକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଧାନପଡାର ଦୁଇ ଚାଷୀ

4

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାନ ପଞ୍ଜିକରଣକୁ ନେଇ ଚାଷୀ ହଟହଟା ହେବା ଘଟଣାରେ ଆସିଛି ନୂଆ ମୋଡ଼। ଦୁର୍ବ୍ୟବହାର ଓ ହଇରାଣ କରାଯାଉଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇ ଚାଷୀ।ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡ଼ା ସେବା ସମବାୟ ସମିତିରେ ଏଭଳି ଅଭିଯୋଗ ଆସିଛି। ଚଣ୍ଡୀପୁର ଗ୍ରାମର ଚାଷୀ ଶ୍ୟାମସୁନ୍ଦର ପଣ୍ଡା ଓ ପ୍ରତାପ ପଣ୍ଡା ଧାନ ପଞ୍ଜିକରଣ ପାଇଁ ସୋସାଇଟିକୁ ଆସିଥିବା ବେଳେ ସମ୍ପାଦକ ନାରାୟଣ ଚନ୍ଦ୍ର ସାହୁ ଦୁର୍ବ୍ୟବହାର କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଜମି ସମ୍ପର୍କିତ କାଗଜପତ୍ର ଠିକ୍ ଥିଲେ ମଧ୍ୟ ପଞ୍ଜିକରଣକୁ ନେଇ ଦୀର୍ଘଦିନ ଧରି ହଇରାଣ କରାଯାଉଥିବା ଚାଷୀଙ୍କ ଅଭିଯୋଗ। ଘଟଣାଟି ବିଭିନ୍ନ ଗଣମାଧ୍ୟମରେ ପ୍ରସାର ପାଇବା ପରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଥିଲେ ଦୁଇ ଚାଷୀ।ଅଭିଯୋଗ ପରେ ଡିଆରସିଏସ୍ ଦୁଖିଆ ଟୁଡୁଙ୍କୁ ଘଟଣାର ତଦନ୍ତ କରି ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଡିଆରସିଏସ୍ ଚାଷୀଙ୍କ କାଗଜପତ୍ର ଯାଂଚ କରିବା ସହ ଆଲୋଚନା ଚାଷୀଙ୍କ ସହିତ ଆଲୋଚନା କରି, ଧାନ ପଞ୍ଜିକରଣରେ ସମସ୍ତ ସହଯୋଗ କରାଯିବ ବୋଲି ସମ୍ପାଦକ ନାରାୟଣ ସାହୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.