Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର ଅଂଚଳରେ୧୦ଏକର ଉନ୍ନତ ଯୋଜନା ଯୋଗ୍ୟ ଜମିକୁ ବିକ୍ରି କରିଦେଲା ରାଜସ୍ୱ ବିଭାଗ, ଭିଜିଲାନ୍ସ...

ଧାମରା ବନ୍ଦର ଅଂଚଳରେ୧୦ଏକର ଉନ୍ନତ ଯୋଜନା ଯୋଗ୍ୟ ଜମିକୁ ବିକ୍ରି କରିଦେଲା ରାଜସ୍ୱ ବିଭାଗ, ଭିଜିଲାନ୍ସ ତଦନ୍ତ ଦାବୀ

2

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମରା ଅଂଚଳରେ ଜମି ମାଫିଆ ସକ୍ରିୟ ଅଛନ୍ତି ଏହି ଖବର ଜିଲ୍ଲା ପ୍ରଶାସନ ପାଖରେ ଥିବା ସତ୍ୱେ ସଂପୃକ୍ତ ଜମି ମାଫିଆ କେବଳ ଗୋଟିଏ ଗୋଟିଏ ସ୍ଥିତିବାନ ସମ୍ପତିକୁ ଦୁଇ ଦୁଇ ଜଣ ବିକ୍ରେତାଙ୍କୁ ବିକ୍ରି କରି ଦେଉଥିବା ବେଳେ ବିକ୍ରେତା ଅର୍ଥ ଶ୍ରାଦ୍ଧ କରି ମଧ୍ୟ କିଣି ଥିବା ସମ୍ପତି ନିଜ ଦଖଲକୁ ନେଇ ପାରୁ ନାହାନ୍ତି। ଅନ୍ୟ ପକ୍ଷରେ ରାଜସ୍ୱ ଅଧିକାରୀ ଏହି ଅଂଚଳର ସରକାରୀ ଜମିକୁ ମଧ୍ୟ ଏକ ପରିବାରକୁ ବିକ୍ରି କରି ଦେଇଥିବା ନେଇ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ପାଇକସାହି ମୌଜାରେ ବହୁ ପରିମାଣ ର ସରକାରୀ ଜମି ଅଛି। ଏହି ସମସ୍ତ ଜମିକୁ ରାଜସ୍ୱ ବିଭାଗ ନିଜ ଦଖଲକୁ ନେବା ପାଇଁ ପ୍ରୟାଶ କରି ଅସଫଳ ମଧ୍ୟ ହୋଇଛି। ଗତ ୨୦୦୦ମସିହାରେ ତତକାଳୀନ ରାଜସ୍ୱ ନିରୀକ୍ଷକ ସଂପୃକ୍ତ ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଗୋଚରରେ ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ପାଇକସାହି ମୌଜାର ର ଖତିୟାନ ନମ୍ବର-୩୩୪/୨୩୮ରେ ପ୍ଲଟ ନମ୍ବର ୮୩ ରେ ମହଜୁଦ ଥିବା ଏ୫.୫କର ଏବଂ ପ୍ଲଟ ନଂ-୮୬ରେ ମହଜୁଦ ଥିବା ସରକାରୀ ଜମିର ପରିମାଣ ଏ୪.୫କର ଏହି ପରି ସର୍ବମୋଟ ଏ୧୦କର ଜାଗା ଯାହାର କିସମ ଉନ୍ନତ ଯୋଜନା ଯୋଗ୍ୟ ଜମିକୁ ଧାମରା ଅଂଚଳର ଜଣେ ଲୋକଙ୍କୁ ବିକ୍ରି କରି ଦେଇଥିଲେ। ସଂପୃକ୍ତ ବ୍ୟକ୍ତି ଜଣକ ଏହି ଜମିରେ ଚିଙ୍ଗୁଡି ପୋଖରୀ ଖୋଳି ବାର୍ଷିକ ୧୫ଲକ୍ଷ ହିସାବରେ ଅନ୍ୟ ଚିଙ୍ଗୁଡି ମାଫିଆ ମାନଙ୍କୁ ଭଡା ସୂତ୍ରରେ ଦେଇ ଅର୍ଥ ରୋଜଗାର କରି ଚାଲିଛନ୍ତି। ଦୀର୍ଘ ୨୬ବର୍ଷ ହେବ ସଂପୃକ୍ତ ଜମି ମାଲିକ ଏହି ଜମିକୁ ଭଡା ସୂତ୍ରରେ ଦେଇ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ କିପରି ସରକାରୀ ଜମିକୁ ବିକ୍ରି କରିଦେଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଏହି ଅଂଚଳର ବହୁ ସରକାରୀ ଜମି ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ତାହା ରାଜସ୍ୱ ବିଭାଗକୁ ଫେରି ଆସିପାରନ୍ତା ଏବଂ ସରକାରଙ୍କ କାର୍ଯ୍ୟରେ ଲାଗି ପାରନ୍ତା। ଭାରତୀୟ ମଜଦୁର ସଂଘ ଏହି ଜମିରେ ଏକ ଇଏସଆଇଏସ ମେଡିକାଲ କରିବାକୁ କେନ୍ଦ୍ରାଂଚଳ ରାଜସ୍ୱ କମିଶନରଙ୍କୁ ଅନୁରୋଧ କରିଛି ମାତ୍ର ଦିନକୁ ଦିନ ଚାନ୍ଦବାଲି ତହସିଲ ଅଧିନରେ ଥିବା ସରକାରୀ ଜମିକୁ କିଛି ଅସାଧୁ କର୍ମଚାରୀ ସର୍ବସାଧାରଣରେ ବିକ୍ରି କରିଥିବା ବେଳେ ଏହି ସମସ୍ତ ଜମି କେବେ ରାଜସ୍ୱ ବିଭାଗକୁ ଫେରିବ ସେ ନେଇ ଅଂଚଳବାସୀ ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି। ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.