Home ଜିଲ୍ଲା ପରିକ୍ରମା ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି ଜ୍ଞାନେଶ: ରୋହିତାସ ବୋସୋୟା, କଂଗ୍ରେସର ସାମ୍ବାଦିକ ଓ କର୍ମୀ ସମ୍ମିଳନୀ

ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି ଜ୍ଞାନେଶ: ରୋହିତାସ ବୋସୋୟା, କଂଗ୍ରେସର ସାମ୍ବାଦିକ ଓ କର୍ମୀ ସମ୍ମିଳନୀ

1

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ଗଣତନ୍ତ୍ରକୁ ବିପଦରେ ପକାଇଥିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସାରାରେ କାର୍ଯ୍ୟ କରୁଥିବା ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଭଦ୍ରକ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ପର୍ଯ୍ୟବେକ୍ଷକ ରୋହିତାସ ବୋସେୟା କହିଛନ୍ତି। ସେ ଆହୁରି ମଧ୍ୟ କହିଥିଲେଯେ; ଅବୈଧ ଏସଆଇଆର ବାତିଲ, କଟିଥିବା ସମସ୍ତ ଭୋଟରଙ୍କ ନାମ ତୁରନ୍ତ ଯୋଡ଼ିବା, ପୂର୍ବଭଳି ନିୟମିତ ବ୍ୟବଧାନରେ ଭୋଟର ତାଲିକା ସଂଶୋଧନ, ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କୀତ ଆଇନ ବାତିଲ, ନିର୍ବାଚନ ଆୟୋଗଙ୍କ ସ୍ୱାଧିନତା ଓ ସ୍ୱାୟତତା ସୁନିଶ୍ଚିତ କରିବା ଉଚିତ। ଆନୁପତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ, ନିର୍ବାଚନରେ ଅର୍ଥ ଓ ବାହୁବଳର ପ୍ରଭାବ ବନ୍ଦ, ନିର୍ବାଚନ ପାଇଁ ସରକାରୀ ପାଣ୍ଠିରୁ ଆର୍ଥୀକ ସହାୟତାକୁ ପ୍ରଥମିକତା ଦେବାକୁ ଶ୍ରୀ ବୋସେୟା ଦାବି କରିଥିଲେ। ବିୋଷକରି ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ବିବାଦୀୟ କାର୍ଯ୍ୟ ପାଇଁ ଆଜି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତରେ ଏହି ପରମ୍ପରା ବିପଦରେ। କେହି ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। କେହି ବି ଜାଣି ନାହାନ୍ତି ସେମାନଙ୍କ ନାମ ଭୋଟର ତାଲିକାରେ ଥିବ କି ନାହିଁ। ତେଣୁ ଭୋଟର ତାଲିକା ସଂଶୋଧନ ଓ ଏସଆଇଆରରେ ସମ୍ପୂର୍ଣ୍ଣ ସ୍ୱଛତା ଜରୁରୀ ବୋଲି ସେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି କହିଥିଲେ। ପିସିସି ଉପ ସଭାପତି ତଥା ଭଦ୍ରକ ଲୋକସଭା ପ୍ରଭାରୀ ଜିଆ ଉଲ ହକ୍‌, ପିସିସି ସାଧାରଣ ସଂପାଦକ ତଥା ଜିଲ୍ଲା ପ୍ରଭାରୀ ମାନସ ଆଚାର୍ଯ୍ୟ, ପିସିସି ସଂପାଦକ ମହେନ୍ଦ୍ର ଦାସ, ରଂଜିତା ହେମ୍ବ୍ରମ, ଦେବାଶିଶ ମହାପାତ୍ର, ଶୁଭଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ରହି ଗଣତନ୍ତ୍ରର ସୁରକ୍ଷା ପାଇଁ ସମ୍ମିଳିତ ସଂଗ୍ରାମର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଅବସରରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେ ସମ୍ବିଧାନର ଅନୁଛେଦ ୩୨୬ ପାଠ କରିବା ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା। ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ଗୋଲକ ଚନ୍ଦ୍ର ବେହେରା, ଅବଦୁଲ ମୋକିତ ଖାନ, ଦିଗମ୍ବର ଦାସ, ପିତବାସ ଧଳ, ପ୍ରଦ୍ୟୁମ୍ନ କୁମାର ଦାସ, ରାଜେନ୍ଦ୍ର ପ୍ରସାଦ ଯେନା, ଅଭିଷେକ ରାଉତ, ରଜନୀକାନ୍ତ ଚାନ୍ଦ, ଅଜୟ ସାହୁ, ନିରଂଜନ ପଲେଇ, ଯୁବସଭାପତି ବଳରାମ ରାଉତ, ବିଜୟ ବାରିକ, ସନ୍ଦିପ ଜେନା, ରଜକିଶୋର ପଣ୍ଡା, ଦେବବ୍ରତ ମହାନ୍ତି, ଭରତ ତ୍ରିପାଠୀ, ସରୋଜ ଦାସ, ସରୋଜ ନାୟକ, ସୁବାଶିଶ ମଲ୍ଲିକ, ରମେଶ ଚନ୍ଦ୍ର ନାୟକ, ଶର୍ମିଷ୍ଠା ପଣ୍ଡା, ଅରବିନ୍ଦ ନାୟକ, ବିଦ୍ୟାଧର ଯେନା, ଆଶିଶ କୁମାର ମଲ୍ଲିକ, ଜାନକୀ ମଲ୍ଲିକ, ପ୍ରମିଳା ମାଝୀ, ସୁଶାନ୍ତ ମହାକୁଡ଼, ରାଜୁ ପ୍ରସାଦ ରାୟ, ସୁଶାନ୍ତ ବାରିକ, ବିଜୟ ଶଙ୍କର ମହାନ୍ତି, ଗରେଶ ମଲିକ, ଗୋଲାମ ମହିରୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.