Home ଜିଲ୍ଲା ପରିକ୍ରମା ମନ୍ତ୍ରୀ ସୁରଜଙ୍କୁ ମା’ ଭଦ୍ରକାଳୀଙ୍କ ରୌପ୍ୟଜୟନ୍ତୀ ଉତ୍ସବକୁ ନିମନ୍ତ୍ରଣ କଲେ ବିଧାୟକ ସୀତାଂଶୁ

ମନ୍ତ୍ରୀ ସୁରଜଙ୍କୁ ମା’ ଭଦ୍ରକାଳୀଙ୍କ ରୌପ୍ୟଜୟନ୍ତୀ ଉତ୍ସବକୁ ନିମନ୍ତ୍ରଣ କଲେ ବିଧାୟକ ସୀତାଂଶୁ

2

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରସିଦ୍ଧ ଭଦ୍ରକର ଐତିହାସିକ କାଳୀପୂଜା ଅବସରରେ ମା’ ଭଦ୍ରକାଳୀଙ୍କ ପୀଠରେ ଆସନ୍ତା ମାସ ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ମହାଯଜ୍ଞର ରୌପ୍ୟଜୟନ୍ତୀ ଉତ୍ସବ । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପବିତ୍ର ପୀଠରେ ଆୟୋଜିତ ସପ୍ତଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଓ ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଆଜି ସାକ୍ଷାତ କରିଛନ୍ତି ଭଦ୍ରକର ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ସେ ଏହି ଉତ୍ସବରେ ଯୋଗଦେବା ପାଇଁ ମନ୍ତ୍ରୀ ଶ୍ରୀ ସୁରଜଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.