Home ଜିଲ୍ଲା ପରିକ୍ରମା ଯୁବପିଢି ସଂସ୍କୃତି ଓ ପରମ୍ପରାକୁ ଭଲ ପାଆନ୍ତୁ – ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖପରପଦା...

ଯୁବପିଢି ସଂସ୍କୃତି ଓ ପରମ୍ପରାକୁ ଭଲ ପାଆନ୍ତୁ – ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖପରପଦା ଫ୍ରେଣ୍ଡସ କ୍ଲବର ସାଂସ୍କୃତିକ ଉତ୍ସବ

11

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଖପରପଦାସ୍ଥିତ ଫ୍ରେଣ୍ଡସ କ୍ଲବର ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବସେବା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ରୂପେ ଉତ୍ସବ ଉଦଘାଟନ କରିଥିଲେ।ବକ୍ତବ୍ୟ ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ ଆଜିର ଯୁବପିଢ଼ି ଓଡ଼ିଆ ଜାତିର ଗୌରବମୟ ସଂସ୍କୃତି ଓ ପରମ୍ପରାକୁ ଭଲ ପାଇଲେ ଏହା ଅଧିକ ସମୃଦ୍ଧ ହେବା ସହ ଦେଶ ବିଦେଶରେ ଆଦୃତ ହୋଇ ପାରିବ ବୋଲି କହିଥିଲେ।ପ୍ରତ୍ୟେକ ମଣିଷ ନିକଟରେ ରାମ ଓ ରାବଣର ଚରିତ୍ର ଥିବା ବେଳେ କେଉଁ ଚରିତ୍ରକୁ ଜୀବନରେ ଗ୍ରହଣ କରିବା ତାର ନିର୍ଣ୍ଣୟ ବ୍ୟକ୍ତିଗତ ଭାବରେ ନେବାକୁ ସେ ବକ୍ତବ୍ୟ ରଖିଥିଲେ।ଧାମନଗର ପ୍ରେସ କ୍ଲବର ପୂର୍ବତନ ସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ଉତ୍ସବରେ ପୌରହିତ୍ୟ କରିଥିଲେ।ବରିଷ୍ଠ ବିଜେପି ନେତା ଅଶୋକ ପୁହାଣ,ଅଜୟ ବଳ,ଶହୀଦ ମଣ୍ଡଳ ବିଜେପି ସଭାପତି ରାଜେନ୍ଦ୍ର ସାହୁ,ବରିଷ୍ଠ ନାଗରିକ ଅରବିନ୍ଦ ନାୟକ,ବିଚିତ୍ର ମହାରଣା,ଯୁବ ସମାଜସେବୀ ତୁଷାର ମିଶ୍ର,ଗଙ୍ଗାଧର ନାୟକ,ଦେବାଶିଷ ନାୟକ,ପ୍ରଶାନ୍ତ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ପ୍ରାକ୍ତନ ସରପଞ୍ଚ ଗୟାଧର ନାୟକ ମଞ୍ଚ ଆହ୍ୱାନ ଅତିଥି ପରିଚୟ ପ୍ରଦାନ କରିଥିଲେ।ଜ୍ୟୋତି ପ୍ରକାଶ ସାହୁ ଧନ୍ୟବାଦ ଦେଇଥିଲେ।ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ବାପି ଏବଂ ଦୀପ୍ତିମୟୀଙ୍କ ଟିମ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ।ବାସୁଦେବ,ପଙ୍କଜ,ଜ୍ୟୋତି,ସୌମ୍ୟ,ରଶ୍ମିରଞ୍ଜନ,ଜ୍ୟୋତିନ୍ଦ୍ର,ଅରବିନ୍ଦ,ସତ୍ୟସୁନ୍ଦର,ପ୍ରମୋଦ,ସତ୍ୟ ରଞ୍ଜନ,ଅମରେନ୍ଦ୍ର,ଆଦିତ୍ୟ,ଅଭିନନ୍ଦନ,ସୁବ୍ରତ,ସରୋଜ,ଗୌତମ,ଆଶୁତୋଷ,ପ୍ରକାଶ,ଜ୍ଞାନରଂଜନ,ଗଙ୍ଗାଧର,ବିଦ୍ୟାଧର,ପ୍ରଭାତ,ବିଭୂ,ସ୍ମୃତିରଂଜନ,ଆଲୋକ,ଚନ୍ଦନ,ଅନିଲ ପ୍ରମୁଖ ସାଂସ୍କୃତିକ ଉତ୍ସବ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.