Home ଜିଲ୍ଲା ପରିକ୍ରମା ଭଦ୍ରକ : ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି,୫ ଜଣ ଭିନ୍ନକ୍ଷମ ଓ ୨ ଜଣ ଦୃଷ୍ଟିବାଧିତ...

ଭଦ୍ରକ : ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି,୫ ଜଣ ଭିନ୍ନକ୍ଷମ ଓ ୨ ଜଣ ଦୃଷ୍ଟିବାଧିତ ଛାତ୍ରଙ୍କୁ ବ୍ୟାଚେରୀ ଚାଳିତ ସାଇକେଲ୍ ଓ ଲାପଟପ୍ ବଂଟନ

7

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଳକ ପଂଚାୟତ ସମିତି ସମ୍ମିଳନୀ କକ୍ଷ ପରିସରଠାରେ ଆଜି ଜିଲ୍ଲାପାଳକଂ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ମୋଟ ୧୫୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୧୩୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୧୬ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଓ ରେଡ କ୍ରଶ ଅଧିନସ୍ଥ ୫ଟି ଅଭିଯୋଗ ରହିଥିଲା। ଶୁଣାଣି ସମୟରେ ୧୩ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠି ମାଧ୍ୟମରେ ୫ଜଣ ଅଭିଯୋଗକାରୀଙ୍କୁ ମୋଟ ୧୮,୦୦୦/- ଟଙ୍କା ମଞ୍ଜୁର କରାଯାଇଛି। ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ , ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଅତିରିକ୍ତ ଜ଼ିଲ୍ଲାପାଳ ସରୋଜ ଦତ , ମୁଖ୍ୟ ଉନ୍ନୟନ ଅଧିକାରୀ, ଡିଆରଡିଏ, ଶୁଭେନ୍ଦ୍ର ସାମଲ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ଉପଜ଼ିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମଲ୍ଲିକ, ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର, ଭଦ୍ରକ ପକ୍ଷରୁ ନୋଡାଲ ଅଫିସର ଡ. ଭଗବାନ ପରିଡା ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ବେହେରାଙ୍କ ଉପସ୍ଥିତିରେ ୫ ଜଣ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ୩ ଚକିଆ ସାଇକେଲ୍ ଓ ୨ ଜଣ ଦୃଷ୍ଟି ବାଧିତ ଛାତ୍ରଙ୍କୁ ଶିକ୍ଷା ଅଧ୍ୟୟନରେ ସହାୟତା ପାଇଁ ୨ଟି ଲାପଟପ୍ ଜିଲାପାଳ ପ୍ରଦାନ କରିଥିଲେ। ଦିବ୍ୟାଙ୍ଗକୁ ସ୍ୱାବଲମ୍ବୀ କରିବା, ଶିକ୍ଷାକ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କ ଦୈନନ୍ଦିନ ଜୀବନକୁ ସୁଗମ କରିବା ଦିଗରେ ଜିଲା ପ୍ରଶାସନ ପକ୍ଷରୁ ଏଭଳି ସହାୟତା ଜାରି ରହିବ ବୋଲି ଜିଲାପାଳ ଶ୍ରୀ ଉପାଧ୍ୟାୟ ଗଣମାଧ୍ୟମକୁ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.