Home ଜିଲ୍ଲା ପରିକ୍ରମା ସରକାରୀ ଅବ୍ୟବସ୍ଥା ଯୋଗୁଁ ଅନେକ ବିଦ୍ୟାଳୟରେ ଶିକ୍ଷକ ଅଭାବ,ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ

ସରକାରୀ ଅବ୍ୟବସ୍ଥା ଯୋଗୁଁ ଅନେକ ବିଦ୍ୟାଳୟରେ ଶିକ୍ଷକ ଅଭାବ,ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ

11

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲାରେ ସରକାରୀ ଅବ୍ୟବସ୍ଥା କୁନେଇ ଅନେକ ବିଦ୍ୟାଳୟ ରେ ଶିକ୍ଷକ ନାହାନ୍ତି। ୮୦/୮୧ଉପସ୍ଥାନ ଥିବା ବିଦ୍ୟାଳୟରେ ଜଣେ ଶିକ୍ଷକ ଅଛନ୍ତି।ନବମ ଦଶମ ଶ୍ରେଣୀରେ ଜଣେ ମାତ୍ର ଶିକ୍ଷକ କେଉଁ ବିଷୟ ପଢ଼ାଇବେ, ସେଥିନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହିଭଳି ଅବସ୍ଥାର ସୁଧାର ନହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ। ବହୁ ସ୍କୁଲରେ ଏବେବି ବିଜ୍ଞାନ ଓ ଗଣିତ ଶିକ୍ଷକ ନାହାନ୍ତି। ଅନ୍ୟପକ୍ଷରେ ଜାତୀୟ ଶିକ୍ଷା ନୀତି ଅନୁସାରେ ନୂଆ ପାଠ୍ୟ ପୁସ୍ତକ ଛପା ଯାଇ ପିଲାଙ୍କୁ ବଂଟାଗଲା।ହେଲେ ବ୍ୟାପକ ତ୍ରୁଟି ଆସିବାରୁ ପୁଣି ନୂଆବହି ଛପା କାର୍ଯ୍ୟ ଜାରି ରହିଛି। ତ୍ରୁଟି ପୁର୍ଣ ପାଠ୍ୟପୁସ୍ତକ ଓ ବିଦ୍ୟାଳୟରେ ଶିକ୍ଷକ ଅଭାବ ସାଙ୍ଗକୁ ପ୍ରକୁତିର ତାଣ୍ଡବ ଚଳିତ ବର୍ଷ ପିଲାଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛି। ଶିକ୍ଷାଦାନ କ୍ଷେତ୍ରରେ ଏଭଳି ବ୍ୟବସ୍ଥାକୁ ନେଇ କେତେକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ବୃଦ୍ଧି ପାଇ ପିଲାମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତ କେତେବେଳେ ବିଦ୍ୟାଳୟ ଆଗରେ ଧାରଣା ଦେବାରେ ଲାଗିଛନ୍ତି। ଏହି ଅବ୍ୟବସ୍ଥାକୁ ନେଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦୁଇଜଣ ଶିକ୍ଷାବିତ୍ ଯାହା କହନ୍ତି ତାହା ନିମ୍ନରେ ଉଲ୍ଲେଖ ହେଲା।
ଓଷ୍ଟା ଜିଲ୍ଲା ସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶଶି ଶେଖର କରଶର୍ମା – ବିଦ୍ୟାଳୟ ରେ ଆବଶ୍ୟକୟ ଅନୁଯାୟୀ ଶିକ୍ଷକ ନଥିବାବେଳେ ଅଣଶିକ୍ଷା କାର୍ଯ୍ୟଭାର ବଢ଼ି ଚାଲିଛି।ଅଣଶିକ୍ଷା କାର୍ଯ୍ୟରେ ଶିକ୍ଷକ ବ୍ୟସ୍ତ ରହୁଥିବାରୁ ବିଦ୍ୟାଳରେ ପାଠପଢ଼ା ଗୁରୁତର ପ୍ରଭାବିତ ହେଉଛି ।ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଣବ ସାହୁ – ଏଭଳି ଅବ୍ୟବସ୍ଥାରେ ଶିଶୁମାନେ ସେମାନଙ୍କର ମୌଳିକ ଅଧିକାର ହରାଉଛନ୍ତି। ବିପୁଳ ଟଙ୍କା ଖର୍ଚ୍ଚକରି ପାଠ୍ୟକ୍ରମରେ କ୍ରୀଡା, ଯୋଗ ଓ କର୍ମାନୁଭିମୁଖୀ ଶିକ୍ଷକ ସାମିଲ କରାଯାଇଥିବାବେଳେ ଏଥିପାଇଁ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ସେହିପରି ୬ଷ୍ଠ ଶ୍ରେଣୀର ପାଠ୍ୟକ୍ରମରେ ହିନ୍ଦୀ ଓ ସଂସ୍କୃତ ଥିବାବେଳେ ଜଣେ ବି ହେଲେ ଶିକ୍ଷକ ନାହାଁନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.