Home ଜିଲ୍ଲା ପରିକ୍ରମା ବିଶ୍ୱହିନ୍ଦୁ ପରିଷଦ ସ୍ଥାପନା ଦିବସ ଓ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ବଳିଦାନ...

ବିଶ୍ୱହିନ୍ଦୁ ପରିଷଦ ସ୍ଥାପନା ଦିବସ ଓ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ବଳିଦାନ ଦିବସ ପାଳିତ

4

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବିଶ୍ୱହିନ୍ଦୁ ପରିଷଦ ସ୍ଥାପନା ଦିବସ ଓ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ବଳିଦାନ ଦିବସ ପାଳନ ଅବସରରେ ଆଜି ଭଦ୍ରକ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ସକାଳ ଦଶ ଘଟିକା ସମୟରେ ଭଦ୍ରକ ସହର ଉପକଣ୍ଠରେ ଅବସ୍ଥିତ ଗାନ୍ଧୀ ପଡ଼ିଆ ଠାରୁ ଏକ ଭବ୍ୟ ସଂକୀର୍ତନ ଶୋଭାଯାତ୍ରା ବାହାରି ମେଡିକାଲ ବଜାର, କଚେରୀ ବଜାର, ଅପର୍ତିବିନ୍ଧା ହୋଇ ନଗର ପରିକ୍ରମା କରି ପହଂଚିଥିଲା ଟାଉନ୍ ହଲ୍ ରେ ଧର୍ମସଭା ଆୟାଜନ କରାଯାଇଥିଲା ପ୍ରଥମେ ସୂର୍ଯ୍ୟ ପୂଜା, କଳସ ପୂଜା ବେଦ ପାଠ ପରେ ସଂଗଠନ ପଦ୍ଧତି ଅନୁଯାଇ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ ଚନ୍ଦ୍ର ପ୍ରଧାନ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ହିନ୍ଦୁ ସମାଜକୁ ଭେଦ ଭାବ ଛାଡ଼ି ଏକାଠି ରହି ନିଜର ଧର୍ମ,ସଂସ୍କୃତି, ପରମ୍ପରା ଓ ମଠ ମନ୍ଦିର ସାଧୁ ସନ୍ଥ, ଗୋ ମାତା, ଭାରତ ମାତାର ସେବା, ସୁରକ୍ଷା କରିବା ପାଇଁ ଯୁବ ସମାଜ ଅଗ୍ରେଶର ହେବା ଆବଶ୍ୟକ ବୋଲି ମତପୋଷଣ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମଇତାପୁର ରୁଦ୍ରାଆଶ୍ରାମ ପ୍ରମୁଖ ତଥା ସନ୍ଥ ରାମାନୁଜ ଦାସ,ନାମ ଶବ୍ଦାନନ୍ଦ ମହାରାଜ ଙ୍କ ଜିଲ୍ଲା ସଭାପତି କାହୁଁ ଚରଣ ସିଂ, କଟର ହ୍ୱିନ୍ଧୁବାଦୀ ଜିଲ୍ଲା ସମ୍ପାଦକ ବସନ୍ତ ରାଉତ୍‌, ମାତୃଶକ୍ତି ପ୍ରମୁଖ ସବ୍ରତା ସାହୁ, ଦୂର୍ଗା ବାହିନୀ ସଂଯୋଜିକା ସୁଶ୍ରୀ ମଧୁସ୍ମିତା ମହାପାତ୍ର, ମଂଚାସିନ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସହ ସମ୍ପାଦକ ଆଲୋକ କୁମାର ପଣ୍ଡା, ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଶାନ୍ତି ପାଠ ଓ ଜୟ ଘୋଷ କରି ସଭା କାର୍ଯ୍ୟକୁ ସମାପନ କରିଥିଲେ । ଶୋଭାଯାତ୍ରା କୁ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବିଜୟ କୁମାର ଦାଶ, ସହ ସଂଯୋଜକ କ୍ଷିତିଶ ଚନ୍ଦ୍ର ରାଉତ୍‌, ଦେବ କାଲ୍ୟଣ ସାହୁ,ସେବା ପ୍ରମୁଖ ରଥ କିଶୋର ସାମଲ, ସତସଙ୍ଗ ବିଜୟ କୁମାର ବାରିକ୍‌, ଅଶୋକ କୁମାର ଲେଙ୍କା, ଦୀପକ କୁମାର ବାରିକ୍‌, ରାମ ଚନ୍ଦ୍ର ଜେନା, ସୂର୍ଯ୍ୟକାନ୍ତ ନାୟକ,ପ୍ରକାଶ ପଣ୍ଡା, ବ୍ୟୋମକେଶ ମହାନ୍ତି, ଦେବାଶିଷ ଜେନା,ପ୍ରକାଶ ନାୟକ, ସୌମ୍ୟ ରଞ୍ଜନ କର ସଞ୍ଜୀବ ସାମଲ, ଅଜିତ୍ ପାତ୍ର, ସୁଶାନ୍ତ ସାହୁ, ପ୍ରିୟରଞ୍ଜନ ପଣ୍ଡା ଙ୍କ ସହ ଶତାଧିକ କାର୍ଯ୍ୟକର୍ତା ମାନେ ସାମିଲ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.