Home ଜିଲ୍ଲା ପରିକ୍ରମା ଜୟନଗର ସେବାଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି,ଅସୁସ୍ଥ ହେଲେ ଶତାଧିକ ଛାତ୍ରଛାତ୍ରୀ, ଭର୍ତି ହେଲେ ଡାକ୍ତରଖାନାରେ

ଜୟନଗର ସେବାଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି,ଅସୁସ୍ଥ ହେଲେ ଶତାଧିକ ଛାତ୍ରଛାତ୍ରୀ, ଭର୍ତି ହେଲେ ଡାକ୍ତରଖାନାରେ

5

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ନିକଟସ୍ତ ଜୟନଗର ସେବାଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଧାମନଗର ଡାକ୍ତରଖାନା ରେ ଭର୍ତି ହୋଇଛନ୍ତି। ମଧ୍ୟାହ୍ନ ଭୋଜନରେ ତରକାରୀ ରୁ ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି। ସୂଚନା ଥାଉକି ଉକ୍ତ ବିଦ୍ୟାଳୟରେ ଶିଶୁବାଟିକା ଠାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସୋମବାର ୧୩୦ ଜଣ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିଲେ। ପଂଚମ ଶ୍ରେଣୀର ଛାତ୍ର ଲିକିଲ ମଲ୍ଲିକ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତାଙ୍କ ତରକାରୀରେ ଝିଟିପିଟି ଥିବା ଦେଖି ଶିକ୍ଷକଙ୍କୁ ଜଣାଇଥିଲେ। ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏହାପରେ କିଛି ଛାତ୍ରଛାତ୍ରୀଙ୍କ ମୁଣ୍ଡବିନ୍ଧା ଓ ବାନ୍ତି ହେବାରୁ ତୁରନ୍ତ ସମସ୍ତଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସେଠାରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀ ଅଧିକ ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ସାଲାଇନ ଦିଆଯାଉଥିବା ସୂଚନା ମିଳିଛି। ପ୍ରତ୍ୟେକ ପିଲାଙ୍କୁ ଔଷଧ ଓ ଓଆରଏସ ପ୍ରଦାନ କରାଯାଉଛି।ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ପରିବେଷଣରେ କିପରି ଏଭଳି ଅବହେଳା ହେଲା, ତାହାର ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ଅଧିକ ଗୁରୁତ୍ୱର ହୁଅନ୍ତି ଭଦ୍ରକ ମେଡ଼ିକାଲ ପଠାଇବାକୁ ମେଡ଼ିକାଲ କତୃପକ୍ଷ ଜଣାଇଛନ୍ତି।ଖବର ପାଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ଅଶୋକ ପୁହାଣ, ଏନ ଏ ସି ର ମନ୍ତ୍ରୀ ପ୍ରତିନିଧି କୈଳାସ ମହାପାତ୍ର ପହଂଚି ପିଲାଙ୍କ ସ୍ୱାସ୍ଥ୍ୟ ସମ୍ପର୍କ ରେ ବୁଝି ଥିଲେ ।ଧାମନଗର ଏସ ଡି ପି ଓ ବିଷ୍ଣୁ ଚରଣ ବାରିକ, ଆଇ ଆଇ ସି ଶୁଭ୍ରଜିତ ଦାସ ଉପସ୍ଥିତ ରହି ଆଇନି ଶୃଙ୍ଖଳା ରକ୍ଷା କରିଥିଲେ ।ମଧ୍ୟାହ୍ନ ଭୋଜନ ବେଳେ ଏପରି ଘଟଣା ଘଟି ଥିବାରୁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା ଓ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ପ୍ରଧାନଶିକ୍ଷକ ସୁକ ଲାଲ ମାରାଣ୍ଡି କହିଛନ୍ତି। ତେବେ ବିଦ୍ୟାଳୟ ରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ରେ ତଥା ଭଲ ରୋଷେଇ ଘର ନଥିବାରୁ ଏପରି ଅଘଟଣ ସୃଷ୍ଟି ହେଲାବୋଲି ଅଭିଭାବକ ମାନେ କହିଛନ୍ତି।ତେବେ ଘଟଣା ତଦନ୍ତ କରାଯାଉ ବୋଲି ମଧ୍ୟ ଅଭିଯୋଗ ହୋଇଛି।ତେବେ ଘଟଣା ସମ୍ପର୍କ ରେ ତଦନ୍ତ ହେବ ବୋଲି ବି ଇ ଓ ପ୍ରଫୁଲ୍ଲ ସାହୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.